ଡେଲାଙ୍ଗ ୟୁକୋ ବ୍ୟାଙ୍କ ପକ୍ଷରୁ ୮୨ତମ ପ୍ରତିଷ୍ଠା ଦିବସ ପାଳିତ

ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ):ଡେଲାଙ୍ଗ ବାୟା ବଜାର ସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଶନିବାର ବ୍ୟାଙ୍କ ପରିସରରେ ୮୨ତମ ପ୍ରତିଷ୍ଠା ଦିବସ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ୟାଙ୍କଶାଖା ମୁଖ୍ୟ ପରିଚାଳକ ଯୋଗେଶ କୁମାର ପ୍ରଧାନ, ସହକାରୀ ପରିଚାଳକ ଦେବବ୍ରତ କୁଣ୍ଡୁ, ଫିଲ୍ଡ ଅଫିସର ସୁନିଲ ମିଶ୍ର, ଫିଲ୍ଡି ଅଫିସର ବିଘ୍ନେଶ ପ୍ରସାଦ ବିଶ୍ୱାଳ, କ୍ୟାସିୟର ସରସ୍ୱତୀ ପଣ୍ଡା, ବ୍ୟାଙ୍କ ଷ୍ଟାଫ ଆୟୁବ ଖାଁ, ବ୍ୟାଙ୍କ ପିଅନ ବସନ୍ତ କୁମାର ବାରିକ, ବିସି ଜ୍ୟୋତି ରଜଂନ ପାତ୍ର, ବିସି ଦୀପକ କୁମାର ବେହେରା,ବିସି ପୂର୍ଣ୍ଣ ଚନ୍ଦ୍ର ପଲେଈ, ବ୍ୟାଙ୍କ ମିତ୍ର ସୁଶ୍ରୀ ଲିଜ଼ା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିଷ୍ଠା ଦିବସକୁ ଆନନ୍ଦ ଉତ୍ସାହରେ ପାଳନ କରିଥିଲେ । ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ପରିଚାଳକ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଏକ କେକ୍‌ କାଟି ଶୁଭେଚ୍ଛା ଜଣାଇଥିଲେ । ୧୯୪୩ ମସିହା ଜାନୁଆରୀ ୬ ତାରିଖରେ ଜଣେ ଭାରତୀୟ ଶିଳ୍ପଦ୍ୟୋଗି ଗି.ଡି ବିରଳାଙ୍କ ଦ୍ୱାରା ୟୁନାଇଟେଡ୍‌ କମରସିଆଲ ବ୍ୟାଙ୍କ(ୟୁକୋ ବ୍ୟାଙ୍କ) ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ଜାନୁଆରୀ ୬ ତାରିଖକୁ ପ୍ରତିଷ୍ଠା ଦିବସ ରୂପେ ସାରା ଭାରତରେ ପାଳନ ହୋଇଆସୁଛି । ବ୍ୟାଙ୍କର ବିଭିନ୍ନ ସେବାମୂଳକ ଯୋଜନା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକମାନଙ୍କୁ ଅବଗତ କରାଇବା ସହ ମିଠା, ଚକଲେଟ ଓ କ୍ୟାଲେଣ୍ଡର ଦେଇ ଖୁସି କରାଇଥିଲେ । କାର୍ଯ୍ୟକ୍ରମ ର ସଫଳତା ନେଇ ଶେଷରେ ବ୍ୟାଙ୍କ ପାରିଚାଳକ ଶ୍ରୀ ପ୍ରଧାନ ଧନ୍ୟବାଦ ଅପର୍ଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ