ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ବ୍ଲକ ଅନ୍ତର୍ଗତ ବୋରିଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପାଣି ବୋତଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣିବୋତଲ , ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବଣ୍ଟନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଗଂଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବକ୍ତା ଭାବେ ବିଇଓ ସୁବାସ ଚନ୍ଦ୍ର ଘଡେଇ, ସମ୍ମାନୀତ ଅତିଥି ରୂପେ ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ସିଆରସିସି ଦାମୋଦର ପଣ୍ଡା, ପୁର୍ବତନ ସିଆରସିସି ନିରଞ୍ଜନ ମହାପାତ୍ର, ପିଇଓ ସନ୍ତୋଷ ବେହେରା, ଯୋଗଦେଇଥିଲେ । ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ବେହେରା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ମଞ୍ଚାସିନ ଥିଲେ । ଶିକ୍ଷକ ଶିକ୍ଷକ ଲଡୁକିଶୋର ମୁଦୁଲି ସଂଯୋଜନା କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ସତ୍ୟ ନାରାୟଣ ପାଢ଼ୀ ।ଏଥିରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ, ଓ ଅବିଭାବକ ଯୋଗଦେଇଥିଲେ ।