ମାଟି ତଳୁ ମିଳିଲା ସୁନାରୁପାର ହାଣ୍ଡି
ଏଠାରେ ଶ୍ରମିକଙ୍କର ହାତରେ ଯେଉଁ ଜିନିଷ ଲାଗିଥିଲା ଏହା କୌଣସି ସାଧାରଣ ଜିନିଷ ନୁହେଁ I ଏହି ଆଶ୍ଚର୍ଯ୍ୟକର ଜିନିଷ ଦେଖି ଶ୍ରମିକମାନେ ବି ବିସ୍ମିତ ହୋଇଯାଇଥିଲେ I ମାଟି ଖୋଲିବା ସମୟରେ ଶ୍ରମିକମାନେ କିଛି ଶବ୍ଦ ଶୁଣିଥିଲେ I ଏହା ଶୁଣି ଲୋକେ ଏହାକୁ ଖୋଲିବା ଆରମ୍ଭ କରିଥିଲେ I ସେଠାରୁ ଯାହା ବାହାରିଲା ସବୁ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ I ସେଠାରୁ ଶ୍ରମିକମାନେ ପାଇଥିଲେ କୋଟି କୋଟି ବର୍ଷ ପୁରୁଣା ଖଜାନା I ମାଟି ଖୋଳିବା ସମୟରେ ଶ୍ରମିକ ମାନେ ଦେଖିବାକୁ ପାଇଥିଲେ ୧୯ଟି ମାଟି ହାଣ୍ଡି I ଏହି ହାଣ୍ଡିରେ ସୁନା ଓ ରୁପାର ଟଙ୍କା ଥିଲା I ଏହାକୁ ଯାଞ୍ଚ କରିବା ପରେ ସବୁ ସତ୍ୟତା ସାମ୍ନାକୁ ଆସିଥିଲା I ମାଟି ତଳେ ୧୬୦୦ ବର୍ଷ ପୁରୁଣା ସମ୍ପତ୍ତି ଲୁଚି ରହିଥିଲା I ଏହି ପଇସାର ଚଳଣି ଚତୁର୍ଥ ଶତାବ୍ଦୀରେ ରୋମାନ ସଭ୍ୟତା ସମୟରେ ଥିଲା I
ପ୍ରକାଶ ଯେ, ସ୍ପେନରେ ତାମରସ ସିଟିରେ ଏକ ପାର୍କ ରହିଛି । ସେଠାରେ ପାଇପ ଲାଇନ୍ କାମ ଚାଲୁଥିଲା I ଏହି କାମ ପାଇଁ ଶ୍ରମିକଙ୍କୁ ଲଗାଯାଇଥିଲା I ମାଟି ଖୋଲି ଲୋକେ ପାଇପ ଲାଇନ ବିଛାଇଥାନ୍ତେ I ଏହି ସମୟରେ ଜଣେ ଶ୍ରମିକ ମାଟି ଖୋଲିବାରେ ଏହି ସବୁ ଜିନିଷ ପାଇଥିଲେ I ଏହି ଖୁଚୁରା ପଇସା ରୋମାନ କାଳର ଅଟେ I ସେ ସମୟର ଏହି ପଇସାର ମୂଲ୍ୟ ହଜାରେ କୋଟି ଟଙ୍କା ଅଟେ I ଏଠାରେ ୧୦ଟି ହାଣ୍ଡି ସମ୍ପୂର୍ଣ୍ଣ ଭଲ ଅଛି I ଏହି ପଇସାର ମୋଟ ଓଜନ ୬୦୦ କିଲୋ ଅଟେ I ଏହି ପଇସାକୁ ସେ ସମୟରେ ସୈନିକଙ୍କୁ ଦେବାକୁ ରଖାଯାଇଥିଲା I


