ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଓ କର୍ମଶାଳାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ବାଲେଶ୍ୱର, (ସରୋଜ ପଣ୍ଡା) : ଖାନନଗର ସ୍ଥିତ ନୂତନ ବିଜେପି କାର୍ଯ୍ୟାଳୟର ବୈଠକ ଗୃହରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାଙ୍ଗଠନିକ ବୈଠକ ଓ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଆକର୍ଷଣ ଭାବରେ କେନ୍ଦ୍ର ରେଳ, ଯୋଗାଯୋଗ,ଇଲେଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇ ସମସ୍ତ ଯୁବ କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ନିଜ ବାଲ୍ୟ ଓ ଶୈଶବ ସମୟରେ ଭାରତୀୟ ଜନତା ପାର୍ଟିପ୍ରତି ନିଜ ଦୁର୍ବଳତା ବିଷୟରେ ତାଙ୍କ ବକ୍ତବ୍ୟରେ କହିଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ଯୁବମୋର୍ଚ୍ଚା ପ୍ରମୁଖ ଭୂମିକା ସମ୍ବନ୍ଧରେ ସେ ସମସ୍ତଙ୍କୁ କହିଥିଲେ, ମଞ୍ଚସ୍ଥ ନେତୃ ବୃନ୍ଦଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚ୍ଚା କୋଷାଧକ୍ଷ ରାଜେଶ ମହାକୁଡ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶୀକାନ୍ତ ମିଶ୍ର, ଜିଲ୍ଲା ପ୍ରଭାରୀ ସ୍ମୃତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ ମଞ୍ଚ ଆହ୍ୱାନ କରିଥିବା ବେଳେ ସ୍ୱାଧନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ, ସାଂସଦ ଓ ଜିଲ୍ଲା ସଭାପତିଙ୍କ ଭାଷଣ ପରେ ଜିଲ୍ଲା ପ୍ରଭାରୀ ସମସ୍ତ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତାଙ୍କ ଉପସ୍ଥାପନ ନେଇଥିଲେ ଜିଲ୍ଲା ମିଡ଼ିଆ ସହସଂଯୋଜକ ରଣଜିତ ପୃଷ୍ଟି, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ଦେବାଶିଷ ଆଚାର୍ଯ୍ୟ, ସମ୍ପାଦକ ରାଜେନ ପରିଡା, ଅକ୍ଷୟ ବିଶ୍ୱାଳ, ଅରୂପ ଜେନା, ରୁଦ୍ରଶୀ ସଂଜୀବ ରାଉଳ, ସମ୍ପାଦକ ଶିବ ଶଙ୍କର ରାୟ, ବିକ୍ରମ ପାତ୍ର, ସୌମ୍ୟଜିତ ଦାସ ପଟନାୟକ, ଦିବ୍ୟ ସୁନ୍ଦର ଦାସ,, ତନ୍ମୟ ଚାନ୍ଦ, କୋଷାଧକ୍ଷ ସ୍ୱର ଝଙ୍କାର ସେଠି, ସଂଯୋଜକ ସୁନି ସୋରେନ, ଦିବାକର ରାଉତ, ସୁମନ୍ତ ମହାଳିକ,ଜଳଧର ମହାନ୍ତି, ସୁବୋଧ ଚନ୍ଦ୍ର ପଣ୍ଡା, ତୁଷାର ନାୟକ ପ୍ରମୁଖ ସହଯୋଗ କରିଥିଲେ ୨ ହଜାର ରୁ ଉର୍ଦ୍ଧ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ