ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଆୟୋଜିତ ଆନ୍ତଃ ଜିଲ୍ଲା କ୍ରିକେଟ ମ୍ୟାଚର ଉଦ୍ଦଜାପନ

ଭୁବନେଶ୍ଵର, (ଯୁଗାବ୍ଦ ନ୍ୟୁଜ):ପାତ୍ରପଡ଼ା ସ୍ଥିତ ମହାରାଜା କ୍ରିକେଟ ଗ୍ରାଉଣ୍ଡ ପରିସରରେ ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨ଠ ୨୪ର ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୨ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ପୁରୀ ଓ ଝାରପଡ଼ା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଏଥିରେ ପୁରୀ ଦଳ ଝାରପଡ଼ାକୁ ପରାସ୍ତ କରି ୨୦ ୨୪ର ଚମ୍ପିଆନ ହୋଇଥିଲା । ଏହି ଉଦ୍ଦଜାପନ ଉତ୍ସବରେ ମାନ୍ୟବର ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ୬୫ ନଂ ୱର୍ଡର କର୍ପୋରେଟର ଶ୍ରୀଯୁକ୍ତ ର ଶ୍ଚୀରଞ୍ଜନ ପାଟ୍ଟଶାଣୀ ବିଜୟୀ ଦଳକୁ ର ନିଙ୍ଗ ଟ୍ରଫ ସହିତ ଦଶ ହଜାର ଟଙ୍କାର ଚେକ୍ ଓ ରନର୍ସ ଦଳ କୁ ଟ୍ରଫି ସହିତ ଛଅ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜାନକି ବଲ୍ଲଭ ପଟ୍ଟନାୟକ, ପରିଷଦର ସଭାପତି ଶ୍ରୀ ଗୋପିନାଥ ନାୟକ, ଉପ।ଧକ୍ଷ ଶ୍ରୀ ଜାପାନି ନାୟକ ଅଶୋକ କୁମାର ନାୟକ, ରାମଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ନାୟକ, ପ୍ରମୋଦ ନାୟକ, ଶଙ୍କର ନାୟକ, ଦିପକ ନାୟକ, ଚନ୍ଦନ ନାୟକ, ବିକାଶ ନାୟକ, ପ୍ରଭାତ ନାୟକ, ପ୍ରଭାକର ନାୟକ, ଜନାର୍ଦନ ନାୟକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପରିଷଦର କ୍ରିଡା ସମ୍ପାଦକ ଶ୍ରୀ ଭରତଚନ୍ଦ୍ର ନାୟକ ଓ ଅମର ନାୟକଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଟି ସଫଳତାର ସହିତ ସମାପ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ