ବିଦ୍ୟାଧରପୁର ଠାରେ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ, ଅସନ୍ତୋଷ ବ୍ୟକ୍ତ କଲେ ଚାଷୀ

ହାଟଡିହି, (ବିକାଶ ବିଶ୍ୱାଳ ) : ବିଦ୍ୟାଧରପୁର ଠାରେ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ସହକାରୀ ନିର୍ବାହୀଯନ୍ତ୍ରୀ କାରୁ ଚରଣ ମାରାଣ୍ଡିଙ୍କ ସଂଯୋଜନାରେ ଅନୁଶଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସିମୁଳିଆ ବିଧାୟକ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଦ୍ୟାଧରପୁର ଅଧିକ୍ଷଣ ଯନ୍ତ୍ରୀ ଭାଗିରଥି ପାତ୍ର, ଖଇରାର ସହକାରୀ ନିର୍ବାହୀ ଯନ୍ତ୍ରୀ ନରହରି ପ୍ରଧାନ ପ୍ରମୁଖ ଯୋଗଦେଇ ପନାଣି ପଞ୍ଚାୟତର ଉଦେ୍ଦଶ୍ୟ ଓ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଚାଷୀମାନେ କିପରି ସହଭାଗିତା ଭିତ୍ତରେ ଜଳସେଚନର ସୁବିଧା ପାଇପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତ । ପାଠ କରାଯିବା ସହିତ ଚାଷୀ ମାନଙ୍କୁ ସପଥପାଠ କରାଯାଇଥିଲା । କାଗଜ କଲମରେ ପାଣି ପଞ୍ଚାୟତ ଚାଲୁଥିବା ଓ ଦୀର୍ଘ ଦୁଇବର୍ଷ ହେଲଶ ପାଣିପଞ୍ଚାୟତ ଗଠନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟ ପାଣି ପଞ୍ଚାୟତ ଗୁଡିକ ସେମାନଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଜାଣିପାରୁ ନାହାନ୍ତି ବୋଲି ଅଭିଯୋଗ କରିତôଲେ ଏପରିକି ଚାଷୀ ମାନଙ୍କୁ ଉପଯୁକ୍ତ ଜଳସେଚନର ବ୍ୟବସ୍ଥା କରାଯାଉ ନଥିବାବେଳେ ବିଭାଗ ପକ୍ଷରୁ ଘାଇ ମରାମତି କରାଯାଉନି । ଫଳରେ ଅନେକ ଚାଷୀ ପାଣିବିନା ଚାଷ କରିପାରୁ ନଥିବାବେଳେ ଆଉ କିଛି ଚାଷୀ ଅତ୍ୟଧିକ ପାଣି ଯୋଗୁଁ ଚାଷରୁ ବଞ୍ଚିତ ହେଉଛନ୍ତି ବୋଲି ପାଣିପଞ୍ଚାୟତର ସଦସ୍ୟମାନେ ଅଭିଯୋଗ କରିଥିଲେ । ବିଭାଗୀୟ କର୍ତ୍ତୁପକ୍ଷଙ୍କ ଉଊଦାସୀନତା ଯୋଗୁଁ ପାଣି ପଞ୍ଚାୟତ ଗୁଡିକ ଠିକ ଭାବରେ କାର୍ଯ୍ୟକ୍ଷମ ହେଉନି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ବିଦ୍ୟାଧରପୁର ଅଧିକ୍ଷଣ ଯନ୍ତ୍ରୀ ଭାଗିରଥି ପାତ୍ର ଚାଷୀ ମାନଙ୍କ ଦାବିପ୍ରତି ଅଗ୍ରାଧିକାର ଦିଆଯାଇ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଗଛ ଚାରା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗୀତାରେ କୃତ୍ତିତ୍ୱ ହାସଲ କରିଥିବା ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଖଇରା ବ୍ଲକର ୮ଟି ପାଣି ପଞ୍ଚାୟତର କର୍ମକତ୍ତା ଯୋଗଦେଇଥିବାବେଳେ ସହକାରୀ ଯନ୍ତ୍ରୀ ଜ୍ୟୋତିର୍ମୟୀ ପରିଡା, କନିଷ୍ଠଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା, ଏସ. ପ୍ରଦୀପ କୁମାର, ପ୍ରଦେଶ କୁମାର ସ୍ୱାଇଁ, ଅଜୟ ସାହା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପ୍ରତିଯୋଗୀତାରେ ଭାଗନେବାକୁ ରଘୁନାଥ ହାଁସଦା, ସୌମ୍ୟ ରଞ୍ଜନ ନାଥ, ଜୟସ୍ମୀତା ଚକ୍ର, ସ୍ୱସ୍ତିକ ଶୁଭଙ୍କର ସ୍ୱାଇଁ, ଶିଶିର କୁମାର ସେଠୀ ପ୍ରମୁଖ ମନୋନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ