ଆଦିବାସୀ ପଲ୍ଲୀରୁ ଶାନ୍ତିର ସନ୍ଦେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ଯୁବ ଦିବସ ଓ ସପ୍ତାହ ପାଳନ ଅବସରରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ଯୁବଶାନ୍ତି ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ଖୋର୍ଦ୍ଧା ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ପଲ୍ଲୀର ଶତାଧିକ ଆଦିବାସୀ ଯୁବକ ଯୁବତୀମାନେ ଶାନ୍ତି ପଦଯାତ୍ରାରେ ସାମିଲ ହୋଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଯୁଦ୍ଧ ନୁହେଁ, ଶାନ୍ତି ପ୍ରେମ ଦ୍ୱାରା ହୃଦୟକୁ ଜୟ କରାଯାଇଥାଏ, ଆମେ ଚାହୁଁ ଶାନ୍ତି ବୋଲି ଗ୍ରାମବାସୀଙ୍କୁ ପ୍ଳାକାର୍ଡ଼ ମାଧ୍ୟମରେ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ ସେବା ମନୋଭାବ ସମସ୍ତଙ୍କ ମୂଳ ଲକ୍ଷ୍ୟ ହେଉ, ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି ଅହିଂସା । ଶାନ୍ତିପୂର୍ଣ୍ଣ ସହବସ୍ଥାନ ଦ୍ୱାରା ବସୁଧୈବ କୁଟୁମ୍ବକମ୍ ର ଲକ୍ଷ୍ୟ ସମ୍ଭବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା, ବାପିନା ନାୟକ ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଯୁବକ ଯୁବତୀମାନଙ୍କୁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ