ସଦର ବିଜେପି ତରଫରୁ ‘ସ୍ୱଚ୍ଛ ତୀର୍ଥ ଅଭିଯାନ’ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଆଉ ମାତ୍ର ୫ ଦିନ ବାକି ଅଛି । ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ପ୍ରଭୁ ଶ୍ରୀ ରାମଭକ୍ତଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ଦେଖାଯାଇଛି । ଏହି ଅବସରରେ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ୧୪ ଜାନୁଆରୀରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ଦେଶର ସମସ୍ତ ମନ୍ଦିର ଏବଂ ତୀର୍ଥସ୍ଥଳୀରେ ସ୍ୱଚ୍ଛ ତୀର୍ଥ ଅଭିଯାନ ଚାଲୁଅଛି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ସହରର ସୁଏଲପୁର ସ୍ଥିତ ଗିରିଧାରୀ ମନ୍ଦିର ଓ ମଣ୍ଡଳ ବଜାର ସ୍ଥିତ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରରେ ସଦର ବିଜେପିର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ମାନେ ସଫେଇ କାର୍ଯ୍ୟରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି । ସେହିପରି ଗତକାଲି ସହଦେବଖୁଣ୍ଟା ସ୍ଥିତ ଶନି ମନ୍ଦିର ଓ ଲୋକନାଥ ଶିବ ମନ୍ଦିରରେ ମଧ୍ୟ ସଫେଇ କାର୍ଯ୍ୟ ହୋଇଥିଲା । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ସମର୍ପିତ ହୋଇ ସେବା କାମରେ ଲାଗିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ଦେଶରେ ଆଧ୍ୟାତ୍ମିକତାର ନୂଆ ଜାଗରଣ ସୃଷ୍ଟି ହୋଇଛି । ଏହି ସମୟରେ ନିକଟସ୍ଥ ଦେବାଳୟ, ଶକ୍ତିପୀଠ ତଥା ତୀର୍ଥସ୍ଥଳକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଜାନୁଆରୀ ୨୨ ତାରିଖରେ ଦୀପ ଜାଳି ଦୀପାବଳୀ ଉତ୍ସବ ପାଳିବା ପାଇଁ ସଦର ନେତା ମାନସ କୁମାର ଦତ୍ତ ନିବେଦନ କରିଛନ୍ତି । ଶ୍ରୀ ଦତ୍ତଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସୁଜିତ ଦେବ, କାଉନସିଲର ନିତ୍ୟଗୋପାଲ ସିଂ ଓ ନିରୁପମା ଦାଶ, ରାଜେନ୍ଦ୍ର ଚାଟାର୍ଜୀ, ଶଶିଶେଖର ମହାନ୍ତି, ବିବେକାନନ୍ଦ ରାଉତ, ବାବୁଲି ଧଳ, ମହେଶ ସିଂ, ଧୀରଜ ମହାନ୍ତି, ଜିତେନ୍ଦ୍ର ପରମାଣିକ, ବିଳାସିନୀ ଦାସ, ସସ୍ମିତା ଦାଶ, ସସ୍ମିତା ଶୁକ୍ଳ, ସ୍ୱର୍ଣ୍ଣପ୍ରିୟା ନାଥ, ସସ୍ମିତା ବାରିକ, ତରୁଲତା ବେହେରା, ମଧୁଶ୍ରୀ ପଣ୍ଡା, ସନ୍ତୋଷ ସାହୁ, ସନ୍ୟାସୀ ନନ୍ଦ, ସୁଧାଂଶୁ ଶେଖର ପଣ୍ଡା, ବେଣୁ ପଣ୍ଡା, କମଲ ଲୋଚନ ବେହେରା, ବାପୁନ ଦାସ, କାଳିଆ ବେହେରା, ଉଦୟ ସାହୁ, ଜିତୁ ପ୍ରହରାଜ, ପରମାନନ୍ଦ ରାମ ପ୍ରମୁଖ ଉପସ୍ଥିତ ଥିଲେ ।


