ଶେରଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନ ଶିଳତାର ଉତ୍ସବ ପାଳିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ କୁ ଆଗରେ ରଖି ଗଣଶିକ୍ଷ୍ୟା ବିଭାଗ ତରଫରୁ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ କ୍ଲବ୍ ଗୁଡିକରେ ପ୍ରକଳ୍ପ ମାଧ୍ଯମରେ ସୃଜନ ଶିଳତାକୁ ପଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ଉକ୍ତ ନୀର୍ଦ୍ଧେଶ କ୍ରମେ ଆଜି ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ଶେରଗଡ଼ ଠାରେ ” ଭାଷା ସାହିତ୍ୟ ଓ ସୃଜନ ଶିଳତାର ଉସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ କୁମାରପାଣି ଉଚ୍ଚ ବିଦ୍ୟାଳୟ ର ପୂର୍ବତନ କଳା ଶିକ୍ଷକ ଶ୍ରୀ ଭାସ୍କର ରାଉତ ମୁଖ୍ୟ ଅତିଥି ଓ ଶ୍ରୀ କୈଳlସ ପାଢ଼ୀ ( ଗୋବରା ମହାବିଦ୍ୟାଳୟ ର ଅର୍ଥନୀତି ଅଧ୍ୟାପକ) ମୁକ୍ଷ୍ୟ ବକ୍ତା ଭାବେ ଆସନ ଅଳଙ୍କୃତ କରିଥିଲେ l ଉକ୍ତ ଉତ୍ସବଟି ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା l ଏହି ଉତ୍ସବରେ ଶ୍ରୀ ବିଶ୍ଵଜିତ୍ ଦାସଙ୍କ ତତ୍ତ୍ଵାବଧାନତାରେ ସାହିତ୍ୟ ସୃଜନୀ ଅଧିନରେ ସମସ୍ତ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ସ୍କୁଲର ପୁସ୍ତକମାନ ” ମୋ କଥା ମୋ କାହାଣୀ” ଭାବରେ ନିର୍ମାଣ କରିଥିଲେ l ଶ୍ରୀ ରାଜେନ୍ଦ୍ର କୁମାର ପାଣିଙ୍କ ତତ୍ତ୍ଵାବଧାନତାରେ ପାଞ୍ଚ ଜଣ ଛାତ୍ରୀ scratch ପ୍ରକଳ୍ପ କୌସଳ କ୍ଲବ୍ ଅଧିନରେ ନିର୍ମାଣ କରିଥିଲେ , ଶ୍ରୀମତୀ ଶର୍ମିଷ୍ଠା କୁମାରୀ ପଣ୍ଡାଙ୍କ ତତତ୍ଵାବଧାନରେ ଜିଜ୍ଞାଶl କ୍ଲବର ଅଧିନରେ 5ଜଣ ଛାତ୍ରୀ 5ଟି ପ୍ରକଳ୍ପ ନିର୍ମାଣ କରିଥିଲେ ଓ ଶ୍ରୀ ରାଜେଶ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନତାରେ 5ଜଣ ଛାତ୍ରୀ ଜୀବନ ଶୈଳୀ ଉପରେ ବର୍ଣ୍ଣନା କରିଥିଲେ l ଏହା ପରେ ଛାତ୍ର ଛାତ୍ରୀଙ୍କ ପିତା ମାତାଙ୍କ ସହ ଆଲୋଚନା ଏବଂ ପିଲାମାନଙ୍କ ଦ୍ବାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପଦର୍ଶନ ଓ ପରିଶେଷରେ ପୁରସ୍କାର ବିତରଣ କରାଯାଇଥିଲା l


