ମହାବିଦ୍ୟାଳୟ ସ୍ତରୀୟ ସାହିତ୍ୟ କଳା ଓ ସଂସ୍କୃତି ପ୍ରତିଯୋଗିତା ରେ ସହିଦ ଭଗତ ସିଂ ଡିଗ୍ରୀ କଲେଜ ର କୃତିତ୍ୱ

ଗଂଜାମ, (ବିନୋଦ ପଲାଇ):ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ଓ ଯୁବ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ବନ୍ଧିତ ମହାବିଦ୍ୟାଳୟ ମାନଙ୍କ ମଧ୍ୟରେ ଅନୁଷ୍ଠିତ ସାହିତ୍ୟ, କଳା,ଓ ସଂସ୍କୃତି ପ୍ରତିଯୋଗିତା ରେ ସହିଦ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରଥମ ବର୍ଷ ଇତିହାସ ସମ୍ମାନ ଛାତ୍ରୀ ସୁଶ୍ରୀ ସିଲି ସାହୁ ରଙ୍ଗୋଲି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ଯୁକ୍ତ ୩ ଦ୍ୱତୀୟ ବର୍ଷ ରାଜନୀତି ବିଜ୍ଞାନ ସମ୍ମାନ ଛାତ୍ରୀ ସୁଶ୍ରୀ ରିମଝିମ ଆଚାର୍ଯ୍ୟ ମେହେନ୍ଦି ପ୍ରତିଯୋଗିତା ରେ ଦ୍ୱତୀୟ ସ୍ଥାନ ଅଧିକାର କରି କଲେଜକୁ ଗୌରବାନୁଇତ କରିଛନ୍ତି, ବିଜୟୀ ଛାତ୍ରୀ ମାନଙ୍କୁ କଲେଜ ଅଧକ୍ଷା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ