ପିଇବା ପାଣି ପାଇଁ ମହିଳାଙ୍କ ରାସ୍ତାରୋକ ଆନ୍ଦୋଳନ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ ବସବାସ କରୁଥିବା ସାଧାରଣ ଜନତା ଯେପରି ସୁବିଧା ରେ ପାନୀୟ ଜଳ ପାଇ ପାରିବେ ସେ ନେଇ ବସୁଧା ଯୋଜନା ପ୍ରଣୟନ କରି ବିଭିନ୍ନ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି ଓ ପାଇପ ଯୋଗେ ପ୍ରତି ଘର କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛନ୍ତି। କିନ୍ତୁ ପୁରୀ ଜିଲ୍ଲା ଗୋପ ବ୍ଲକ ବଉଲାଙ୍ଗ ପଞ୍ଚାୟତ ର ବରିମୁଣ୍ଡ ଗ୍ରାମରେ ଦୀର୍ଘ ବର୍ଷଧରି ପାଣି ପାଇଁ ଅହରହ ସଙ୍ଘର୍ଷ କରି ଆସୁଛନ୍ତି ବରିମୁଣ୍ଡ ଗ୍ରାମବାସୀ । ପାନୀୟ ଜଳରୁ ବଞ୍ଚିତ ହେବାରୁ ଶତାଧିକ ମହିଳା ଗ୍ରାମର ମୁଖ୍ୟ ରାସ୍ତା କୁ ଅବରୋଧ କରି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଯଦି ପ୍ରଶାସନ ଯଥାଶୀଘ୍ର ତାଙ୍କ ଗାଁ ର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ବାଧ୍ୟ ହୋଇ ସମସ୍ତେ ଆଗାମୀ ସାଧାରଣ ନିର୍ବାଚନ କୁ ବର୍ଜନ କରିବେ ବୋଲି ଚେତାବନୀ ଦେବା ସହିତ କୌଣସି ରାଜନୈତିକ ନେତା ଙ୍କୁ ଗ୍ରାମରେ ପୁରାଇ ଦେବେ ନାହିଁ ବୋଲି ଶପଥ ନେଇଛନ୍ତି । ଉକ୍ତ ପଞ୍ଚାୟତ ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ବସୁଧା ଯୋଜନାରେ ଓଭର ହେର୍ଡ ଟାଙ୍କି ନିର୍ମାଣ ହୋଇଛି କିନ୍ତୁ ବରିମୁଣ୍ଡ ଗ୍ରାମ କୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇନାହିଁ । ସେଥିପାଇଁ ଗ୍ରାମର ଶତାଧିକ ମହିଳା ୩ କିଲୋମିଟର ଦୂରତ୍ୱ ରେ ଥିବା କାଦୁଆ ନଦୀ ରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସକାଳ ସମୟରେ ହିଁ ମହିଳା ମାନେ ଘର ପାଇଁ ପାଣି ସଂଗ୍ରହ କରୁଛନ୍ତି ।ସନ୍ଧ୍ୟା ସମୟରେ ପାଣି ପାଇଁ ଯିବାକୁ ମହିଳା ମାନେ ଭୟ କରୁଛନ୍ତି। ସ୍ଥାନୀୟ ସରପଞ୍ଚ ଙ୍କୁ ଗ୍ରାମବାସୀ ମାନେ ବାରମ୍ବାର ଜଣାଇବା ସହିତ ଗୋପ ବ୍ଲକ କାର୍ଯ୍ୟାଳୟ ର ଦ୍ଵାରସ୍ତ ହୋଇ ବିଫଳ ହେଲାପରେ ରାଜ୍ୟ ସରକାର ଓ ଫାଇବ ଟି ଅଧ୍ୟକ୍ଷ ଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ । କୌଣସି ସୁଫଳ ମିଳିନଥିବାରୁ ବାଧ୍ୟହୋଇ ମହିଳା ମାନେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଏ ସମ୍ପର୍କ ରେ ସରପଞ୍ଚ ନରହରି ଦଳାଇ ଙ୍କୁ ପଚାରିବାରେ ପଞ୍ଚାୟତ ରେ ନିର୍ମାଣ ହୋଇଥିବା ଓଭର ହେଡ ଟାଙ୍କି ରୁ ସେ ଗାଁ କୁ ପାଣି ଯୋଗାଇଦେବା ସମ୍ଭବ ହେଉନାହିଁ। ଏକ ମେଘା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଛି ।ଏହା ଅନୁମୋଦନ ହୋଇ ଆସିଲେ ଉକ୍ତ ଗାଁ କୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ