ଓଡ଼ିଶା ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ୪ର୍ଥ ଶ୍ରେଣୀ କର୍ମଚାରୀ, ପିଅନ ଓ ଅନ୍ୟାନ୍ୟ କର୍ମଚାରୀ ମିଶି ମୋଟ ୬୭୯୪ କର୍ମଚାରୀଙ୍କ ସମେତ ସପରିବାରବର୍ଗଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ୫-ଟି ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ, ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ଯାଜପୁର ମାନ୍ୟବର ବିଧାୟକ ଏବଂ ସମସ୍ତ ଶାସନ, ପ୍ରଶାସନ ନିକଟରେ ଏବଂ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ମାନ୍ୟବର ଅର୍ଥମନ୍ତ୍ରୀ ଏବଂ କନଭେନର ଶ୍ରୀଯୁକ୍ତ ପାତ୍ର ମହୋଦୟଙ୍କ ନିକଟରେ ଏବଂ ସମସ୍ତ ଜନପ୍ରତିନିଧିଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।ବିଳମ୍ବରେ ହେଉ ପଛେ ଦୀର୍ଘବର୍ଷ ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, (ମିନି ସଚିବାଳୟ) ମାନଙ୍କରେ ନିଯୁକ୍ତି ପାଇ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଭିନ୍ନ ଭିନ୍ନ ସ୍ୱଳ୍ପ ପାରିଶ୍ରମିକ ମାସକୁ (ଙଝଜ) ଓ.ଏସ.ଆରରୁ ଗ୍ରା.ପର ନିଜସ୍ୱ ଆୟରୁ ମାସିକ ପାରିଶ୍ରମିକ ପାଉଥିଲେ । କିନ୍ତୁ ଏହା ସମାନ ପାରିଶ୍ରମିକ ନଥିଲା । କାରଣ ସମାନ ଭାବେ ସମସ୍ତ ଗ୍ରାମ ପଞ୍ଚାୟତରେ ଆଭ୍ୟନ୍ତରୀଣ ନିଜସ୍ୱ ଆୟର ସଠିକ୍ ନଥିବା ହେତୁ । ମାତ୍ର ରାଜ୍ୟ ସରକାର ନିକଟରେ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ଚତୁର୍ଥ ଶ୍ରେଣୀ ସଂଘ ପକ୍ଷରୁ ୧୦ଗୋଟି ପ୍ରମୁଖ ମୌଳିକ ଦାବି ପୂରଣ ପାଇଁ ଦୀର୍ଘ ବର୍ଷ ହେବ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ପରିଶେଷରେ ସରକାର ଶୁଭଦୃଷ୍ଟି ଦେଇ କର୍ମଚାରୀଙ୍କ ସମସ୍ୟାକୁ ଉପଲବ୍ଧି କରି ନିକଟରେ ଷାଣ୍ମାସିକ ବଜେଟରେ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ମାସ ପାଇଁ ଏକ ଟୋକନ ମନି ଭଳି ଅତିରିକ୍ତ ସହାୟତା ଟଙ୍କା ରାଶି ଏହି କର୍ମଚାରୀ ମାନଙ୍କ ପାଇଁ ସୁବ୍ୟବସ୍ଥା କରି ଗତ ତା ୦୭.୦୨.୨୦୨୪ରିଖରେ ପଞ୍ଚାୟତିରାଜ ବିଭାଗକୁ ଏକ ଆଦେଶ ପତ୍ର ସଂଖ୍ୟା ଚିଠି ନଂ-୩୨୨୮ ରେ ପଞ୍ଚାୟତିରାଜ ବିଭାଗରୁ ନିର୍ଗତ କରାଯାଇଅଛି ଯିଏ ଯାହା ପଞ୍ଚାୟତରେ ପାରିଶ୍ରମିକ ପାଉଥିବେ ତା ବ୍ୟତୀତ ସରକାରଙ୍କ ଠାରୁ ଅତିରିକ୍ତ ସହାୟତା ରାଶି ପାଇବାର ସୁବ୍ୟବସ୍ଥା ରାଜ୍ୟ ସରକାର କରିଥିବାରୁ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ୪ର୍ଥ ଶ୍ରେଣୀ କର୍ମଚାରୀ ରାଜ୍ୟ ସଂଘ ପକ୍ଷରୁ କର୍ମଚାରୀମାନଙ୍କର ୩୦ଗୋଟି ଜିଲ୍ଲା ସଂଘ ତରଫରୁ ଏକ ରାଜ୍ୟସ୍ତରୀୟ ଜରୁରୀ ବୈଠକରେ ତା ୧୩.୦୨.୨୦୨୪ରିଖ ମଙ୍ଗଳବାର ପୁରୁଣା ଭୁବନେଶ୍ୱର ଠାରେ ଅନୁଷ୍ଠିତ କରାଯାଇ ସରକାରଙ୍କୁ ଧନ୍ୟବାଦ ସହିତ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଆଗକୁ କିପରି ଏହି କର୍ମଚାରୀମାନେ ଅଧିକ ପାରିଶ୍ରମିକ ପାଇବେ ସେଥିପାଇଁ ସରକାରଙ୍କ ନିକଟରେ ଉପସ୍ଥିତ କର୍ମଚାରୀମାନଙ୍କ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଅଛି । ବିଳମ୍ବରେ ହେଉ ପଛେ କର୍ମଚାରୀମାନେ ଖୁସିବ୍ୟକ୍ତ କରିଛନ୍ତି ମାତ୍ର ପ୍ରତ୍ୟେକ ପରିବାରବର୍ଗ ହସିଲା ପୁରିଲା ଭଳି ପାରିଶ୍ରମିକ ଅଧିକ ଟିକେ ବ୍ୟବସ୍ଥା ହୋଇଥିଲେ ଅଧିକନ୍ତୁ ଭଲ ହୋଇଥାନ୍ତା । ଶେଷରେ ସରକାରଙ୍କୁ ରାଜ୍ୟ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଜିଲ୍ଲାର ସଭାପତି ସମ୍ପାଦକ, କୋଷାଧ୍ୟକ୍ଷ ଓ ୩୧୪ ବ୍ଲକର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ବରିଷ୍ଠ କର୍ମକର୍ତ୍ତାମାନଙ୍କ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।