ଗରାପୁର ଶିବାନନ୍ଦ ଆଶ୍ରମର ବାର୍ଷିକୋତ୍ସବ ଓ ବିଷ୍ଣୁ ମହାଯଜ୍ଞ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ବାର୍ଷିକ ଉତ୍ସବ ଓ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଆସନ୍ତା ୧୭ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସପ୍ତଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ପଞ୍ଚ ମହାଯଜ୍ଞର ଶନିବାର ସନ୍ଧ୍ୟା ୬ଟାରେ ଯଜ୍ଞାଧିବାସ, ରବିବାର ପୂର୍ବାହ୍ନ ୧୦ଟାରେ ଯଜ୍ଞ କଳସଯାତ୍ରା ଓ ଯଜ୍ଞ ଆହୂତିର ଶୁଭାରମ୍ଭ ହେବ । ଏତଦ୍ବ୍ୟତିତ ପ୍ରତ୍ୟେହ ପ୍ରାତଃ ୬ଟାରେ ପ୍ରାର୍ଥନା, ଯୋଗ, ପ୍ରାଣାୟମ, ସ୍ୱାଧାୟ, ସୂର୍ଯ୍ୟପୂଜା, ଗୋପୂଜନ, ଯଜ୍ଞ ଆହୂତି, ସତ୍ସଙ୍ଗ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ସୋମବାର ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆଶ୍ରମ ପକ୍ଷରୁ ଜଣାପଡିଛି ।


