ଭୂତଳସ୍ଥ କେବୁଲ ବିଛା ପାଇଁ ୫ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଟିପିସିଓଡିଏଲ ପକ୍ଷରୁ ଭୂତଳସ୍ଥ (ୟୁଜି) କେବୁଲ ବିଛାଇବା କାର୍ଯ୍ୟ ଚାଲିଥିବା ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ୨ ଅଗଷ୍ଟ ୨୦୨୬ (ରବିବାର) ସକାଳ ୯.୦୦ ଘଟିକାରୁ ଅପରାହ୍ନ ୨.୦୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୌରାଞ୍ଚଳର ୪ ନମ୍ବରରୁ ୨୧ ନମ୍ବର ୱାର୍ଡ ଏବଂ କପାଳେଶ୍ୱର ଓ ଗୁଲନଗର ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସାମୟିକ ଭାବେ ବନ୍ଦ ରହିବ। ଟିପିସିଓଡିଏଲ ପକ୍ଷରୁ ଜଣାଯାଇଛି ଯେ ଭୂତଳସ୍ଥ କେବୁଲ ବିଛାଇବା କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ଏହି ଅସ୍ଥାୟୀ ବିଦ୍ୟୁତ୍ ବନ୍ଦ ବ୍ୟବସ୍ଥା କରାଯାଇଛି। ଏହି ସମୟ ମଧ୍ୟରେ ପ୍ରଭାବିତ ଅଞ୍ଚଳର ଗ୍ରାହକମାନଙ୍କୁ ସମ୍ଭାବ୍ୟ ଅସୁବିଧାକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ପୂର୍ବ ପ୍ରସ୍ତୁତି ଗ୍ରହଣ କରିବା ସହ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।କାର୍ଯ୍ୟ ସମାପ୍ତ ହେବା ପରେ ଯଥାଶୀଘ୍ର ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରାଯିବ ବୋଲି ଟିପିସିଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମୟିକ ଅସୁବିଧା ପାଇଁ ଟିପିସିଓଡିଏଲ ଦୁଃଖ ପ୍ରକାଶ କରିବା ସହ ସମସ୍ତ ଗ୍ରାହକଙ୍କ ସହଯୋଗ କାମନା କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ