ଶାଳବଣୀ ଗ୍ରାମରେ ସରସ୍ୱତୀ ପୂଜା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା (ଶାଳବଣୀ) ଗ୍ରାମର ଶତୃଘ୍ନ ମଲ୍ଲିକଙ୍କ ବାସଭବନ ପରିସରରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜାତ୍ସୋବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ଘଟ୍ଟ ନିମଜ୍ଜନ କରାଯାଇ ପଣ୍ଡିତ ଶୁକଦେବ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ରମାକାନ୍ତ ମଲ୍ଲିକ, ଶରତ କୁମାର ମଲ୍ଲିକ, ମାନ ମଲ୍ଲିକ, ଦୀପକ କୁମାର ମଲ୍ଲିକ, ସ୍ୱରାଜ କୁମାର ମଲ୍ଲିକ, ସୁରଜ କୁମାର ମଲ୍ଲିକ, ସୁଦର୍ଶନ ମଲ୍ଲିକ, ହାଡିବନ୍ଧୁ ମଲ୍ଲିକ, ଶଙ୍କର୍ଶଣ ମଲ୍ଲିକ, ଆୟୁଷ ମଲ୍ଲିକ, ପିୟୁସ ମଲ୍ଲିକ, ସୌମ୍ୟା, ସ୍ୱପ୍ନା,ଛନ୍ଦାଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବାସହ ପାଞ୍ଚଶହରୁ ଉର୍ଦ୍ଦ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ଏଥିପାଇଁ ସମଗ୍ର ଗ୍ରାମଟି ଉତ୍ସବ ମୁଖରିତ ହୋଇ ଉଠିଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ