ଚତୁର୍ଥ ଲୋକକଳା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ରାଜାରାମ ମଠ ପରିସରରେ କୋଣାର୍କ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ଆନୁକୁଲ୍ୟରେ ଅନୁଷ୍ଠିତ ଲୋକ କଳା ମହୋତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ। ଏହି ଦ୍ବିତୀୟ ଦିବସରେ ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଉପାଧ୍ୟକ୍ଷ ମନମଥ ଶତପଥି ଓ କୋଣାର୍କ ଏନ୍ଏସି ର ଚେୟରମେନ ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଦ୍ବିତୀୟ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। ସାମ୍ପ୍ରତିକ ସାମାଜିକରେ ବିଲୁପ୍ତ ଲୋକ କଳାକୁ ଜନ ମାନସର ଚିତ୍ରପଟ୍ଟରେ ଉଜ୍ଜୀବିତ ରଖିବା ପାଇଁ ଆୟୋଜକର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିଥି ମାନେ କହିଥିଲେ ଶାସ୍ତ୍ରୀୟ ନୃତ୍ୟର ଜନନୀ ହେଉଛି ଲୋକ କଳା। ଏହାର ପ୍ରଚାର ପ୍ରସାର ଦିଗରେ ସାମୁହିକ ପ୍ରଚେଷ୍ଟା ଜାରି ରହିବା ପାଇଁ ଯୁବ ସମାଜ ନିଷ୍ଠାର ସହ କାର୍ଯ୍ୟ କରି ଭବିଷ୍ଯତ ବଂଶଧର ପାଇଁ ଏହାକୁ ବଂଚାଇ ରଖିବା ପାଇଁ ଉଦ୍ୟମ ଅବ୍ୟାହତ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଦ୍ବିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ସୁନ୍ଦରଗଡ଼ ଜିଲ୍ଲାର ଫୋଲକ୍ ନୃତ୍ୟ ରେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଏହି କାର୍ଯ୍ୟକ୍ରମକୁ ନାଟ୍ୟଦିପର ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ବାଇଁ ଓ ସହ ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣା ପରିଚାଳନା କରିଥିବା ବେଳେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ