ମୟୁରନଚା ଫୂଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ବାଉଁଶଗଡିଆ ଚମ୍ପିୟାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେ ବାଲିପାଳ ପଞ୍ଚାୟତର ମୟୁରନଚା ଷ୍ଟାଡିୟମରେ ବଡ଼ମେଶ୍ୱର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଫୂଟବଲ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି। ବାଲେଶ୍ଵର ଜିଲ୍ଲାର ବାଉଁଶଗଡିଆ ଏବଂ ଭଦ୍ରକ ଜିଲ୍ଲାର ପତଳା ଫୁଟବଲ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଉଁଶଗଡିଆ ଦଳ ବିଜୟୀ ହୋଇଥିଲା। ଉଦଯାପନି ମ୍ୟାଚରେ କେନ୍ଦୁଝର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି, ବିବେକାନନ୍ଦ ରାଉତ, ରାମଚନ୍ଦ୍ର ସାହୁ, ଜ୍ଞାନରଞ୍ଜନ ସମାନ୍ତ ସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପଞ୍ଚାୟତ ସରପଞ୍ଚ କୁନ୍ତଳା ନାଇକ, ସମିତି ସଭ୍ୟ ଗୋଦାବରୀ ନାଇକ , ଯୁଧିଷ୍ଠିର ମଲ୍ଲିକ, ବୈଲୋଚନ ସେନାପତି, ଆଶିଷ ଝାଳିଆଲ, ଭଗବାନ ନାଇକ, ରାମଚନ୍ଦ୍ର ଟୁଡୁ, ଆନନ୍ଦ ପ୍ରଧାନ, ଉପେନ୍ଦ୍ର ନାଇକ, ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। କେଦାର କାଲୁଣ୍ଡିଆ ଓ ଚମ୍ପେଇ ସୋରେନ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିଲେ। ବାଜୁଆ ରାଉତ, ବିଶ୍ୱଜିତ ରାଉତ, ଏବଂ ରତିରଞ୍ଜନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ଉଦଯାପନି ମ୍ୟାଚରେ ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିଲେ। ଏଭଳି ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ଏମିତି ଉନ୍ନତ ମାନର ପଡିଆ ନିର୍ମାଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ହାଟଡିହି ବ୍ଲକ ପ୍ରଶାସନ ସମେତ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉପସ୍ଥିତ ମୁଖ୍ୟ ଅତିଥି ଶ୍ରୀ ମାଝୀ ଚମ୍ପିୟାନ ଓ ରନର୍ସଅପ ଦଳକୁ ପୁରସ୍କୃତ କରିବା ସହ ଏ ପଡ଼ିଆକୁ ଆହୁରି ଉନ୍ନତମାନର କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ