ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦୁଇ ଦଫା ଦାବି ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।ଏହି କ୍ରମରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡିଚାଳକ ଏବଂ ଡ୍ରାଇଭର ହାବିଲଦାର ମାନେ ସାମିଲ ହୋଇଛନ୍ତି । ପୁଲିସ ସିପାହୀ ଓ ହାବିଲଦାରଙ୍କ ଭଳି ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ,ମୁଖ୍ୟ ଆଗ୍ନିକ ଓ ଡ୍ରାଇଭରଙ୍କୁ ସମାନ ହାରରେ ଦରମା ପ୍ରଦାନ କରିବା ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ କରିବା ଆଦି ଦୁଇ ଦଫା ଦାବି ନେଇ ବୁଧବାର ଠାରୁ ଅଗ୍ନିଶମ କର୍ମଚାରୀମାନେ ଅନଶନ ଆରମ୍ଭ କରିଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଦାବି ପୂରଣ ନ ହେବା ଯାଏଁ ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏପରିକି ୨୦୧୯ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଅନଶନ କରାଯାଇଥିଲା । ସେତେବେଳେ ସରକାର ନିର୍ବାଚନ ପରେ ଏମାନଙ୍କ ଦାବି ପୂରଣ କରିବା ନେଇ ଘୋଷଣା କରିଥିଲେ । ଏହାରି ଭିତରେ ୫ବର୍ଷ ବିତି ସାରିଥିଲେ ମଧ୍ୟ ସରକାର ଦାବି ପୁରଣ କରିବା ତ ଦୂରର କଥା ଏସଂପର୍କରେ ଆଲୋଚନା ମଧ୍ୟ କରୁନାହାନ୍ତି । ଗତ ୩ମାସ ତଳେ ଏସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଉ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତଥାପି ସରକାର ନିର୍ବିକାର ହୋଇ ବସିଛନ୍ତି।ତେଣୁ ସେମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି । ତେବେ ୨୦୧୦ ମସିହା ପର୍ଯ୍ୟନ୍ତ ସମାନ ଦରମା ଓ ସମାନ ଭତ୍ତା ପାଇ ଆସୁଥିବା ଅଗ୍ନିଶମ ହାବିଲଦାର (ମୁଖ୍ୟ ଆଗ୍ନିକ) ଏବଂ ଆଗ୍ନିକ କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜର ହକ୍ ପ୍ରାପ୍ୟକୁ ପାଇବା ପାଇଁ ଦୀର୍ଘ ବର୍ଷରୁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ତାହା ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ବର୍ତ୍ତମାନ ଖରାଦିନ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ହେବାର ସମ୍ଭାବନା ବି ରହିଛି । ଏଭଳି ସ୍ଥିତିରେ ଅନଶନରେ ବସିବା ପାଇଁ ଭଲ ଲାଗୁନଥିଲେ ମଧ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଏଭଳି କରିବାକୁ ବାଧ୍ୟ ହେଉଥବା ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ