ପାରଳାରେ ୨ ନାବାଳାକ ଘରୁ ନିଖୋଜ ୪ ଦିନ ବିତିଲା,ପୋଲିସର ତନାଘନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୨ ନମ୍ବର ୱାର୍ଡ ଅନ୍ତର୍ଗତ ତେଲିଶୁଣ୍ଠି ସାହି ଓ ତେଲିମେଲା ସାହିର ଦୁଇ ଜଣ ନାବାଳକ ଘରୁ ନିଖୋଜ ଥିବା ସୂଚନା ମିଳିଛି. ଗତ ୨୦ ତାରିଖ ଠାରୁ ଏହି ୨ ଜଣ ନାବାଳକ ଘରୁ କେଉଁଆଡେ ପଳାଇଯାଇଛନ୍ତି. ଘଟଣାଟି ଘଟି ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏମାନେ ଘରକୁ ଫେରି ନାହାନ୍ତି. ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏମାନଙ୍କ ସନ୍ଧାନରେ ତନାଘନ ଚଳାଇଥିବା ସୂଚନା ମିଳିଛି । ଏହି ୨ ନାବାଳକଙ୍କ ନାମ ହେଲା ରୋହିତ କୁମାର ସାହୁ (୧୪) ଓ ଏମ୍. ପବନକୁମାର (୧୪) । ଉଭୟେ ଅଲଗା ଅଲଗା ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ରୋହିତ ମହେନ୍ଦ୍ର ହେନ୍ଦ୍ରଗିରି ବିଦ୍ୟାଳୟରେ ପୌର ସରକାରୀରେ ପଢୁଥ‌ିବାବେଳେ ପବନ କୁମାର ଜେଏ ଜେଏନଭି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଘଟଣାରୁ ପ୍ରକାଶ ଯେ, ଗତ ୨୦/୨/୨୦୨୪ ତାରିଖ ବିଳମ୍ବିତ ରାତିରେ ଦୁଇ ସାହିର ତଥା ଆମନା ସାମନାରେ ଥିବା ଘରରୁ କେଉଁଆଡେ ଚାଲିଯାଇଥୁବାର ପ୍ରକାଶ କରିଛନ୍ତି ଦ୍ଵୟ ନାବାଳକଙ୍କପିତା । ଏହି ଦୁଇ ଜଣ ବିଳମ୍ବିତ ରାତ୍ର ପ୍ରାୟ ୧୧ଟା୩୦ ଘଣ୍ଟା ସମୟରେ ପାଠ୍ୟପୁସ୍ତକ ମଗାମଗି କରୁଥିବାର ପରିବାର ଲୋକେ କହିଛନ୍ତି । ଏହାପରେ କେଉଁ ଆଡେ ଚାଲିଯାଇଥୁବାର ସନ୍ଦେହ କରୁଛନ୍ତି ପରିବାର ଏବଂ ସାହି ଲୋକେ । ଘରୁ ଏମାନେ କୌଣସି ଟଙ୍କା କିମ୍ବା ସାମଗ୍ରୀ ନେଇ ନଥୁବା ବେଳେ ରୋହିତ ସତ ରଖୁଥୁବା ମାଟିରେ ନିର୍ମିତ ସତ ପାତ୍ରକୁ ନେଇଯାଇଛନ୍ତି । ସେହିପରି ପବନକୁମାର କିଛି ପୋଷାକ ନେଇଗ ର ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏମାନେ କେଉଁ ଆଡେ ଗଲେ, କୁଆଡେ ଗଲେ କାହାରି ପାଖରେ ଖବର ନାହିଁ । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ରୋହିତଙ୍କ ପିତା ଚନ୍ଦ୍ର ଶେଖର ସାହୁ ଲିଖ୍ତ ଅଭି ଯୋଗ କରିଛନ୍ତି । ଅନ୍ୟଜଣେ ନାବାଳକ ପବନଙ୍କ ପିତା ଏମ୍. ଗଣେଶ ଯିଏକି ହୋମଗାର୍ଡ ଭାବେ କାର‌୍ୟ୍ୟକରର୍ତ୍ତି ସେ ଲିଖିତଅଭିଯୋଗ କରି ଖୋଜାଖୋଜି କରୁଛି ବୋଲି କହିଛନ୍ତି । ଉଭୟଙ୍କ ପିତା ତଥା ପରିବାର ଲୋକେ ସମଗ୍ର ସହର ସମେତ ସାହି ପଡିଶା, ନିକଟ ସମ୍ପର୍କିୟ, ସାଙ୍ଗ ସାଥ୍‌ଙ୍କୁ ପଚରା ଉଚରା କରି ଖୋଜା ଖୋଜି କରୁଛନ୍ତି । ଘଟଣାକୁ ଦୁଇ ଦିନ ବିତିଗଲେ ହେଁ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ନାବାଳକ ଦ୍ୱୟଙ୍କ କୌଣସି ପତ୍ତା ମିଳିପାରିନି । ରୋହିତ ଓଡିଆ, ହିନ୍ଦି ଓ ତେଲୁଗୁ ଜାଣି ଥିବା ବେଳେ ପବନ ମଧ୍ୟ ସମାନ ଭାଷା ଜାଣିଛନ୍ତି । ଯେ କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କୁ ଦେଖୁଲେ ତୁରନ୍ତ ନିକଟସ୍ତ ପୋଲିସ ଷ୍ଟେସନ କି ମ୍ବା ୬୩୭୨୩୬୬୩୫୨/ ୭୦୯୩୪୩୫୬୨୧ ଯୋଗାଯୋଗ କରିବାକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଲିଖିତ ଅଭିଯୋଗ ପାଇବା ପରେ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ