୨୦୧୯ ମାର୍ଚ୍ଚରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପିଲା

୨୦୧୯ ମାର୍ଚ୍ଚ ମାସରେ ମୋଟ ଜିଏସଟି ସଂଗ୍ରହ ରହିଛି ୧,୦୬, ୫୭୭ କୋଟି ଟଙ୍କା । ଏଥିମଧ୍ୟରେ ସିଜିଏସଟି ରହିଛି ୨୦,୩୫୩ କୋଟି, ଏସଜିଏସଟି ରହିଛି ୨୭,୫୨୦ କୋଟି, ଆଇଜିଏସଟି ରହିଛି ୫୦, ୪୧୮ କୋଟି (ଆମଦାନୀରୁ ଆଦାୟ ହୋଇଥିବା ୨୩,୫୨୧ କୋଟି ଟଙ୍କାକୁ ମିଶାଇ) ଏବଂ ସେସର ପରିମାଣ ହେଉଛି ୮,୨୮୬ କୋଟି (ଆମଦାନୀରୁ ଆଦାୟ ହୋଇଥିବା ୮୯୧ କୋଟି ଟଙ୍କାକୁ ମିଶାଇ) । ୨୦୧୯ ଫେବୃଆରୀରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଫାଇଲ ହୋଇଥିବା ମୋଟ ଜିଏସଟିଆର ୩ ବି ରିଟର୍ଣ୍ଣ ସଂଖ୍ୟା ହେଉଛି ୭୫.୯୫ ଲକ୍ଷ ।
ସରକାର ନିୟମିତ ବ୍ୟବସ୍ଥା ସ୍ୱରୂପ ଆଇଜିଏସଟିରୁ ସିଜିଏସଟି ପାଇଁ ୧୭, ୨୬୧ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୧୩, ୬୮୯ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ପୁନଶ୍ଚ କେନ୍ଦ୍ର ପାଖରେ ରହିଥିବା ବଳକା ଆଇଜିଏସଟିରୁ ଅସ୍ଥାୟୀ ଭାବେ ଅଧାଅଧି ହାରରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଭାଗ ବଂଟା ହେବାର ବ୍ୟବସ୍ଥା କରାଯାଇଛି । ୨୦୧୯ ମାର୍ଚ୍ଚ ମାସରେ ନିୟମିତ ଏବଂ ଅସ୍ଥାୟୀ ବ୍ୟବସ୍ଥା ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସଂଗ୍ରହ କରିଥିବା କରର ପରିମାଣ ହେଉଛି ସିଜିଏସଟି ପାଇଁ ୪୭,୬୧୪ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୧, ୨୦୯ କୋଟି ଟଙ୍କା ।
ଜିଏସଟି ଲାଗୁ କରାଯିବା ପରେ ୨୦୧୯ ମାର୍ଚ୍ଚରେ ଆଦାୟ ପରିମାଣ ସର୍ବାଧିକ ରହିଛି । ୨୦୧୮ ମାର୍ଚ୍ଚରେ କର ପରିମାଣ ଥିଲା ୯୨, ୧୬୭ କୋଟି ଟଙ୍କା ଏବଂ ୨୦୧୯ ମାର୍ଚ୍ଚରେ ଚଳିତ ବର୍ଷର ଏହି ମାସ ତୁଳନାରେ ଶତକଡା ୧୫.୬ ପ୍ରତିଶତ ବୃଦ୍ଧି ହାସଲ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ଗତବର୍ଷ ଏହି ସମୟ ତୁଳନାରେ ଶତକଡା ୧୪.୩ ପ୍ରତିଶତ ଅଧିକ କର ସଂଗ୍ରହ କରାଯାଇଛି । ୨୦୧୮-୧୯ ସମୟରେ ଜିଏସଟିର ମାସିକ ହାରାହାରି ପରିମାଣ ହେଉଛି ୯୮,୧୧୪ କୋଟି ଟଙ୍କା । ୨୦୧୭-୧୮ ଆର୍ଥିକ ବର୍ଷ ଅପେକ୍ଷା ଏହା ଶତକଡା ୯.୨ ପ୍ରତିଶତ ଅଧିକ । ଏହି ପରିସଂଖ୍ୟାନମାନଙ୍କରୁ ଜଣାପଡେ ଯେ ବିଭିନ୍ନ କର ହାର ନିୟନ୍ତ୍ରଣ ପଦକ୍ଷେପ ସତ୍ୱେ ମଧ୍ୟ ଏଇ ନିକଟ ମାସମାନଙ୍କରେ କର ଆଦାୟ ହାର ବୃଦ୍ଧି ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ