ନାଉଗାଁ ବ୍ଳକରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିିତିପ୍ରସ୍ତର ସ୍ଥାପନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଶୁକ୍ରବାର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହି ବିଭାଗର ନୂତନ ଗୃହ, ଶିଖର ପଂଚାୟତରେ ନିର୍ମିତ ହାଇମାକ୍ସ ଲାଇଟ, ବୋଦଳ ଉପସ୍ୱାସ୍ଥ୍ୟ କେନ୍ଦ୍ର, ଓଷକଣା ପଂଚାୟତର ଉର୍ମିଲୋଚନ ପାଠାଗାରର ନୂତନ ଗୃହ, ଡେରିକି ପଂଚାୟତର ଉଜ୍ୱଳ ଆଲୋକ, କୋରୁଅ ପଂଚାୟତର ଅଙ୍ଗନୱାଡି କେନ୍ଦ୍ର, ଚୈତନ୍ୟ ସେବା କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଥିଲା । ସେହିପରି ଶିଖର ପଂଚାୟତରେ ସହିଦ ପ୍ରଶନ୍ନ କୁମାର ସାହୁ ସ୍ମାରକୀ ଉଦ୍ୟାନର ଭିତିପ୍ରସ୍ତର ସ୍ଥାପନ, କୋରୁଅ ପଂଚାୟତର ବାଲିଗାଁରେ ମିଶନ ଶକ୍ତି ଗୃହର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ଶିଖର ସରପଂଚ କବିତା ନାୟକ, ଓଷକଣା ସରପଂଚ ନାରାୟଣ ସ୍ୱାଇଁ, ସମିତି ସଭ୍ୟ ବିରେନ୍ଦ୍ର ବିଶ୍ୱାଳ, ଡେରିକି ସରପଂଚ ପ୍ରଶାନ୍ତ ଜେନା, ସାମ୍ବାଦିକ ବିବେକାନନ୍ଦ ସ୍ୱାଇଁ, ସମାଜସେବୀ କାର୍ତିକ ପରିଡା, ଅରଣ୍ୟ ନାୟକ, ଦିଲ୍ଲିପ ଲେଙ୍କା, ଡାକ୍ତର ସଂଗ୍ରାମ କେଶରୀ ମହାନ୍ତି, ପ୍ରତ୍ୟୁଷ ପରିଡା, ବୈକୃଣ୍ଠ ନାୟକ, ନରେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


