ଦିବ୍ୟ ଜୀବନ ସଂଘ ପଦ୍ମତୋଳା ସତ୍ସଙ୍ଗ କେନ୍ଦ୍ରରେ ଆଞ୍ଚଳିକ ଏକ ଦିବସୀୟ ସାଧନା ଦିବସ

ବ୍ରହ୍ମପୁର : ସାନଖେମୁଣ୍ଡି ବ୍ଳକ୍ ଅନ୍ତର୍ଗତ ପଦ୍ମତୋଳା ଗ୍ରାମରେ ତା ସୋମବାର ଦିନ ଦିବ୍ୟ ଜୀବନ ସଂଘ, ପଦ୍ମତୋଳା ସତ୍ସଙ୍ଗ କେନ୍ଦ୍ରରେ ବଡ଼ିଆଉସ୍ତା ଶାଖା ଦିବ୍ୟ ଜିଲ୍ଲାର ସମ୍ପୂର୍ଣ୍ଣ ସହଯୋଗରେ ଏକ ଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ଆଞ୍ଚଳିକ ସାଧନା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ସମ୍ମନ୍ୱୟ ସମିତିର ମୁଖ୍ୟ ସଂଗଠକ ଓ ଗୁରୁଦେବଙ୍କର ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବଙ୍କ ଅତି ନିକଟତର ହୋଇ ଗୁରୁବାଣୀ, ଶିବାନନ୍ଦ ବାଣୀ, ଚିଦାନନ୍ଦ ବାଣୀକୁ ସାରା ଓଡ଼ିଶାରେ ପ୍ରସାର ପ୍ରଚାର କରିବା ସହ ଯୁବ ପିଢ଼ି ମାନଙ୍କୁ ଯୋଡ଼ିବା ଜୟଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥିଭାବେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ଗୁରୁଭାଇ ଗୁରୁଭଉଣୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସ୍ୱମୀଜୀମାନେ କହିଥିଲେ – ଆପଣମାନେ ଯେତେ ଯାହା(ସାଂସାରିକ କାର୍ଯ୍ୟ) କଲେ ସୁଦ୍ଧା ଭଗବତ୍ ସ୍ମରଣ ନିରନ୍ତର ପ୍ରଭୁଙ୍କର ଗୁଣଗାନ କରିବା ଯେଉଁଭଳି ମହୁମାଛି ନିରନ୍ତର ମଧୂକୁ ହିଁ ପାନ କରିଥାଏ, ଠିକ୍ ସେହିପରି ନିର୍ମଳ ହୃଦୟ, ନିରହଂକାର, ନିଃସ୍ୱାର୍ଥପର ଏବଂ ସରଳତାର ସହିତ ପ୍ରଭୁଙ୍କ ଗୁଣଗାନ କରିବା ସହ ତାଙ୍କରି ସେବା କରିବା ଦ୍ୱାରା ନିଶ୍ଚିତ ଭାବେ ଏ ଜନ୍ମରେ ଭଗବାନଙ୍କର ଆଶୀର୍ବାଦ ସହ ଦର୍ଶନ ମଧ୍ୟ ପ୍ରାପ୍ତି ହୋଇଥାଏ । ମହାପୁରୁୁଷମାନଙ୍କ ଜୀବନୀ ଅନୁସରଣ କରି ନିଜକୁ ସଂସାର ପଥରେ ଚଲାଇବା ଦ୍ୱାରା ଆମେ ଦିବ୍ୟତ୍ୱ ପ୍ରାପ୍ତ ହୋଇପାରିବା । ଏହି ସତ୍ ରାସ୍ତା, ଆଧ୍ୟାତ୍ମିକ ରାସ୍ତା ଏତେ ସହଜ ଏବଂ ସରଳ, ତାହା କେବଳ ଅନୁସରଣ କରିବା ଦ୍ୱାରା ଆସ୍ତେ ଆସ୍ତେ ଅଭ୍ୟାସରେ ପରିଣତ ହୋଇଯିବ ଏବଂ ସର୍ବତ୍ର ଆପଣ ସଦାସୁଖ ଅନୁଭବ କରିବା ସହ ସଂସାରିକ କ୍ଳେଶ ଅନୁଭବ କରିବେ ନାହିଁ । କାର୍ଯ୍ୟକ୍ରମରେସମନ୍ୱୟ ସମିତିର ସଭାପତି ବିପ୍ର ଚରଣ ପାତ୍ର, ଉପସଭାପତି କୁଞ୍ଜବିହାରୀ ପାଢ଼ୀ, ଉପଦେଷ୍ଟା ଅରୁଣକୁମାର ରଥ, କୋଷାଧ୍ୟକ୍ଷ ଶାନ୍ତି ଭୂଷଣ ପଣ୍ଡା, ଲଳିତ ମୋହନ ପଟ୍ଟନାୟକ, ମୁନି ଭାଇ, ମହେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ ଆଚାର୍ଯ୍ୟ, ସିମାଞ୍ଚଳ ପଣ୍ଡା, କୃଷ୍ଣ ଚନ୍ଦ୍ର ପତିଙ୍କ ସମେତ ପଦ୍ମତୋଳା ଶାଖାର ସଭାପତି ଭାସ୍କର ସ୍ୱାଇଁ, ଉପସଭାପତି ତ୍ରିନାଥ ସ୍ୱାଇଁ, ସଂଗଠକ ମନୋଜ ପଲାଇ, ସମ୍ପାଦକ ବିଭୂ ପ୍ରସାଦ ସ୍ୱାଇଁ, କୋଷାଧ୍ୟକ୍ଷ ଉମାକାନ୍ତ ସ୍ୱାଇଁ ଯୋଗ ଦେଇଥିଲେ । ସଂଗୀତ ପରିଚାଳନା କରିଥିଲେ – ସୀତାରାମ, ଶେଖର, ସନାତନ, ଅମର କୁମାର ଜେନା, ସରୋଜୀନୀ ମା’ ଙ୍କ ସମେତ ପ୍ରାୟ ୪୦୦ ଗୁରୁ ଭାଇ ଗୁରୁ ଭଉଣୀ ଯୋଗଦାନ କରିଥିଲେ । ଅଲାରିଗାଁ, ନିସ୍ତିପୁର, ବଡ଼ିଆଓସ୍ତା, ଜୟନ୍ତୀପୁର, ରୋହିଗାଁ, ପଦ୍ମତୋଳା, ଗୌତୁମୀ,ପାଣ୍ଡିଆଝୋଳି ଶାଖାର ଗୁରୁଭାଇ, ଗୁରୁ ଭଉଣୀମାନେ ସହଯୋଗ କରିଥିଲେ । ଶେଷରେ ଶ୍ରୀକାନ୍ତ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ