ଭଣ୍ଡାରିପୋଖରୀ ବିଜେଡିରେ ବଦଳିଲେ ପ୍ରାର୍ଥୀ, ସଞ୍ଜୀବ ଲଢିବେ ନିର୍ବାଚନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆସନ୍ତା ସାଧାରଣ ନିର୍ବାଚନ ପରିପେକ୍ଷୀରେ ରାଜ୍ୟ ବିଜେଡି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ଏହି ଅବସରରେ ବିଜେଡି ପକ୍ଷରୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଅଦଳ ବଦଳ କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ୩ ଥର ବିଧାୟକ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଛି । ସେହିପରି ଭଦ୍ରକର ବିଧାୟକ ଥିବା ସଞ୍ଜୀବ ମଲ୍ଲୀକଙ୍କୁ ଭଣ୍ଡାରିପୋଖରୀ ବିଧାନସଭାରେ ପ୍ରାର୍ଥୀ କରାଯାଇଛି । ଭଦ୍ରକ ବିଧାନସଭାରେ ନୂଆ କରି ବିଜେଡିରେ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ସଞ୍ଜୀବ କୁମାର ମଲ୍ଲିକ ଓରଫ ବଣୁ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମ ୫ ବର୍ଷ ଉନ୍ନୟନମୂଳକ କାର୍ଯ୍ୟ କରି ଦକ୍ଷତାର ପରିଚୟ ଦେଇଥିବା ବେଳେ ଏବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେବେ ଭଦ୍ରକରେ ୨୦୧୯ରେ ନିର୍ବାଚନ ଲଢି ରାଜନୈତିକ ଦକ୍ଷତାର ପରିଚୟ ଦେଇଥିଲେ । ଚଳିତ ଥର ସେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ପ୍ରଫୁଲ୍ଲ ସାମଲଙ୍କ ସମର୍ଥକ ମାନେ କେମିତି ତାଙ୍କୁ ଗ୍ରହଣ କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା । ଜଣେ ସଫଳ ବ୍ୟବସାୟୀରୁ ରାଜନେତା ପାଲଟିଥିବା ଶ୍ରୀ ମଲ୍ଲିକ ତାଙ୍କ ୨ୟ ଇନିଙ୍ଗସ୍ ଭଣ୍ଡାରିପୋଖରୀରୁ ଆରମ୍ଭ କରିବାକୁ ଯାଉଛନ୍ତି । ଶ୍ରୀ ମଲ୍ଲିକ ରାଜନୈତିକ ପରିବାରରୁ ଆସିଥିବା ବେଳେ ଭଦ୍ରକ ପାଇଁ ସେ ବହୁ ଆଖିଦୃଶିଆ କାର୍ଯ୍ୟ କରିଛନ୍ତି । ଏବେ ବିଜେଡି ତାଙ୍କୁ ଭଣ୍ଡାରିପୋଖରୀରେ ପ୍ରାର୍ଥୀ କରିଥିବାରୁ ଆଗାମୀ ନିର୍ବାଚନରେ ସେ କେତେ ସଫଳତା ହାସଲ କରିବେ ତାହା ଦେଖିବାକୁ୍ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ