ମଣିପୁର ରାଜ୍ୟପାଳଙ୍କ ମଙ୍ଗଳା ମନ୍ଦିର ପରିଦର୍ଶନ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ମଣିପୁର ର ରାଜ୍ୟପାଳ ଅନୁସୟା ୟୁକେ ସପରିବାର କାକଟପୁର ମା ମଙ୍ଗଳା ମନ୍ଦିର ରେ ପହଞ୍ଚି ମା ମଙ୍ଗଳାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।ରାଜ୍ୟପାଳ ଅନୁସୟା ୟୁକେ ପ୍ରଥମେ ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିସାରିବା ପରେ କାକଟପୁର ର ମଙ୍ଗଳା ମନ୍ଦିର ଠାରେ ପହଞ୍ଚିଥିଲେ। କାକଟପୁରରେ ପହଞ୍ଚିବାପରେ ସେଠାରେ ମଙ୍ଗଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ରାଜ୍ୟପାଳ ମହୋଦୟାଙ୍କୁ ସ୍ବାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।ସେଠାରେ କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ଗର୍ଭଗୃହ କୁ ସୁରକ୍ଷା କର୍ମୀ ମାନେ ନେଇଯାଇଥିଲେ l ସେଠାରେ ମା ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।ମଣିପୁର ରେ ଶାନ୍ତି ବଜାୟରହିବା ପାଇଁ ମା ମଙ୍ଗଳା ଙ୍କ ସେବାୟତ ମାନେ ଆର୍ଶିବାଦ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମା ମଙ୍ଗଳା ଙ୍କ ଚନ୍ଦନ ବେଶ ର ଫଟୋ ପ୍ରଦାନ କରାଯାଇଥିଲା।ସେଠାରୁ ରାଜ୍ୟପାଳ ଭୁବନେଶ୍ବର ଫେରିଯାଇଥିଲେ। କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା,ଏଏସଆଇ ପ୍ରମୋଦ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ l


