ଭାଙ୍ଗିଲା ଉତ୍କଳମଣି ଗୋପବନ୍ଧୁ ଙ୍କ ସୁରକ୍ଷା ପାଚେରୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ବଜାର ରେ ୧୯୭୭ ମସିହା ରେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚିତ ପ୍ରଥମ ଲୋକସଭା ସଦସ୍ୟ ତଥା ଦୈନିକ ପ୍ରଗତିବାଦୀ ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ଏବଂ ତତ୍କାଳୀନ ରାଜସ୍ବମନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ କରକମଳ ରେ ଉନ୍ମୋଚିତ ହୋଇଥିଲା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ର ସୁରକ୍ଷା ପାଇଁ ଏହାର ଚତୁର୍ପାଶ୍ଵ ରେ ନିର୍ମାଣ ହୋଇଥିଲା ଏକ ସୁରକ୍ଷା ପାଚେରୀ । ଏହି ସୁରକ୍ଷା ପାଚେରୀ କୁ କୌଣସି ଦୁର୍ବୁତ୍ତ ବା ଟ୍ରକ ଚାଳକ ଧକା ଦେଇ ଭାଙ୍ଗି ଦେଇଥିବା ଦେଖାଯାଇଛି । ଗୋପବନ୍ଧୁ ଦାସ ଙ୍କ ସୁରକ୍ଷା ପାଚେରୀ ଭାଙ୍ଗି ଯାଇଥିଲେ ମଧ୍ୟ ଏହାର ମରାମତି ପ୍ରତି କାହାରି ଦୃଷ୍ଟି ପଡୁନାହିଁ କି କେହି ଭାଙ୍ଗି ଯାଇଥିବା ପାଚେରୀ କୁ କାଢି ସଫା କରୁନାହାଁନ୍ତି। ଫଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ତୁରନ୍ତ ଏହି ପାଚେରୀ ପୁନଃ ନିର୍ମାଣ କରିବା ପାଇଁ ଏହି ଅଞ୍ଚଳ ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସହିତ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ ମଂଚ, ତରଫରୁ ଦାବି ହେଉଛି।