ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍‌) : ବୁଗୁଡା ସ୍ଥିତ ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲରେ ଶୁକ୍ରବାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଜାତୀୟ ସ୍ତରୀୟ କ୍ରୀଡାବିତ୍ ଧିର ସମୀର ପାଣିଗ୍ରାହି ସମାରୋହକୁ ମୁଖ୍ୟ ଅତିଥିରୁପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଅନୁଷ୍ଠାନର ମୁଖ୍ୟ ପରିଚାଳକ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ଉଦଘାଟନ ସଭାରେ ଅଧକ୍ଷତା କରିଥିବା ବେଳେ ମଂଚାସୀନ ଉପଦେଷ୍ଟା ଭାବରେ ସୁରେଶ ଚନ୍ଦ୍ର ଦାସ ,ଅଧକ୍ଷ ବାଳ ଗୋପାଳ ଶତପଥି ସାକୁଳାର କ୍ରୀଡା ଶିକ୍ଷାବିତ ୍ ଗୋପାଳ ପାତ୍ର,ପ୍ରମୁଖ ବିରଞ୍ଚି ନାରାୟଣ କ୍ରୀଡାଙ୍ଗନକୁ ଏକ ଶୋଭାଯାତ୍ରାରେ ବାହାରି ମଶାଲ ଅଣାଯାଇଥିଲା ।ପ୍ୟାରେଡ୍ ପରିଚାଳନା ଓ କ୍ରୀଡା ସଂଯୋଜନା କରିଥିଲେ । ଶିକ୍ଷକ ଟି. ଈବାନୀ, ପ୍ରଭାତ କୁମାର ସାହୁ ,ମିନାକ୍ଷୀ ସୁବୁଦ୍ଧି ,ମହେଶ ଚନ୍ଦ୍ର ଦାଶ ମମତା ଚୈାଧୁରୀ , ଗୀତାଞ୍ଜଳି ଚୈାଧୁରୀ ,ଇତି ସେଠୀ,ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ