ପ୍ରାଣୀ ଚିକିତ୍ସକ ନଥିବାରୁ ଲୋକେ ହନ୍ତସନ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ର ନରସିଂହପୁର ଠାରେ ଥିବା ସରକାରୀ ପ୍ରାଣୀ ଚିକିତ୍ସାକେନ୍ଦ୍ର ରେ ଦୀର୍ଘ ବର୍ଷ ହେବ ପ୍ରାଣୀ ଚିକିତ୍ସକ ନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।ଏହି କେନ୍ଦ୍ର ଉପରେ ଗୋପ ବ୍ଲକ ର ଧୁମାଳୋ ଓ ଜଙ୍ଗଲବୋରୀ ପଞ୍ଚାୟତ ର ଲୋକମାନେ ନିର୍ଭର କରିଥାନ୍ତି। ବାରମ୍ଵାର ଦାବୀ ହୋଇ ଆସୁଥିଲେ ମଧ୍ୟ ଏଠାରେ ଦୀର୍ଘ ୧୦ ବର୍ଷ ହେଲା କୌଣସି ପ୍ରାଣୀ ଚିକିତ୍ସକ ଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ଫଳରେ ଉଭୟ ପଞ୍ଚାୟତ ର ପ୍ରାୟ ୮ହଜାର ରୁ ଉର୍ଦ୍ଧ୍ବ ଲୋକ ନିଜ ଗାଈ, ଗୋରୁ, ଛେଳି, ମେଣ୍ଢା, କୁକୁଡା, ବତକ ପ୍ରଭୃତି ପ୍ରାଣୀ ଓ କୁକୁର, ବିଲେଇ ପ୍ରଭୃତି ଗୃହପାଳିତ ପଶୁ ମାନଙ୍କ ର ଚିକିତ୍ସା କରାଇ ପାରୁନାହାଁନ୍ତି ବୋଲି କହିଛନ୍ତି ଧୁମାଳୋ ର ବିକାଶ ମହାନ୍ତି ଓ ନରସିଂହପୁର ଗ୍ରାମ ର ଦୁଷ୍ମନ୍ତ ପାତ୍ର ପ୍ରମୁଖ ଚାଷୀ। ପ୍ରାଣୀ ଚିକିତ୍ସକ ନଥିବାରୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ଟି ଭୂତ କୋଠି ରେ ପରିଣତ ହୋଇଛି। ତୁରନ୍ତ ଜଣେ ପ୍ରାଣୀ ଚିକିତ୍ସକ ଙ୍କୁ ଏଠାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଜଙ୍ଗଲବୋରି ସରପଞ୍ଚ ପ୍ରଭାତୀ ସାହୁ ରାଜ୍ଯ ସରକାର ଙ୍କ ନିକଟରେ ଦାବି କରିଛନ୍ତି।


