ଶ୍ରୀ ରାମନବମୀ ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଯୋଗେଶ୍ୱରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳନ ହୋଇଯାଇଛି । ବିଶିଷ୍ଟ ସଂଚାଳକ ତଥା ଜଗନ୍ନାଥ ପ୍ରେମୀ କଥାକାର ଭାଗିରଥି ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ ବ୍ୟାଖ୍ୟା କରିବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀରାମଙ୍କ ପଦାଙ୍କ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଆଚାର୍ଯ୍ୟ ତ୍ରିଲୋଚନ ମିଶ୍ର, ସୁକାନ୍ତ କୁମାର ମହାନ୍ତି ଶ୍ରୀରାମ ଜନ୍ମଦିନର ମାହାତ୍ମ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ । ଆଚାର୍ଯ୍ୟ ଦିପ୍ତିମୟୀ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରଭାତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ଉକ୍ତ ଉତ୍ସବକୁ ବିନୋଦ ବିହାରୀ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମିଶ୍ର, କାର୍ତ୍ତିକ ଚନ୍ଦ୍ର ଓଝା, ରାଜଶ୍ରୀ ରଥ, ରାଜଲୀ ବାରିକ, ଇତିନା ପାତ୍ର, ଅନ୍ନପୂର୍ଣ୍ଣା ଦାସ ପ୍ରମୁଖ ପରିଚାଳନା କରିଥିଲେ ।


