ଵାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୩ ତମ ବାର୍ଷିକ ଉତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ଛଉ ନୃତ୍ୟ ପାଇଁ ବିଶ୍ବ ପ୍ରସିଦ୍ଧ । ମୟୂରଭଞ୍ଜ ଜିଲ୍ଲାର କୋଣେ ଅନୁକୋଣେ ଛଉ ନୃତ୍ୟ ପ୍ରତିଷ୍ଠାନ ରାଜା ରୁଜୁଡା ଅମଳରୁ ବୀର ନୃତ୍ୟ ଛଉ ନୃତ୍ୟ,କଳା ଆଜିଯାଏଁ ଘାତ ପ୍ରତିଘାତ ମଧ୍ୟରେ ଵଞ୍ଚାଇ ରଖିଛନ୍ତି । ପବିତ୍ର ଚୈତ୍ର ମାସରେ ପ୍ରତିବର୍ଷ ଭଳି ଏବର୍ଷ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ କରି ୩ ଦିନ ଦିନ ବଦଳରେ ଏକ ଦୀଵସୀୟ ଛଉ ନୃତ୍ୟ ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟ ଛଉ ନୃତ୍ୟ ମଣ୍ଡପରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ ୪୩ ତମ ବାର୍ଷିକ ଉତ୍ସବ ଏପ୍ରିଲ ୪ ତାରିଖ ଗୁରୁବାର ଦିନ ରାତିରେ ଅନୁଷ୍ଠାନର ସଂପାଦକ ଦୁଷ୍ମନ୍ତ ବସାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ କାର୍ଯ୍ୟକ୍ରମର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ସାରଳା ପୁରସ୍କାର ପ୍ରାପ୍ତ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଗିରୀଶ ଚନ୍ଦ୍ର ମହାନ୍ତଙ୍କ ପ୍ରତିମୂର୍ତ୍ତୀରେ ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛଉ ନୃତ୍ୟ ଗୁରୁ ମହେଶ୍ବର ମହାନ୍ତଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବାବେଳେ ସଂପାଦକ ଦୁଷ୍ମନ୍ତ ବସା କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।ପରେ ନିର୍ବାଚନ ଆଚରଣ ଯୋଗୁଁ ଵାମନଘାଟୀ ଉପଖଣ୍ଡର ଗତବର୍ଷ ବାର୍ଷିକୋତ୍ସବ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଛଉ ନୃତ୍ୟ ପ୍ରତିଯୋଗିତାରେ ବିଜେତା ଶ୍ରେଷ୍ଠ ୫ ଟି ଦଳ ଯଥା ସଂଗୀତ ନାଟକ ଏକାଡେ଼ମୀ ଶିକ୍ଷା କେନ୍ଦ୍ରର ପ୍ରଶିକ୍ଷିତ ଛଉକଳାକାର ,ଭଞ୍ଜଭୂମି ଛଉ ନୃତ୍ୟ କଳା ପରିଷଦ,ରେଙ୍ଗେଲବେଡା ତିରିଂ,ଜେପିଏମ ଛଉ ନୃତ୍ୟ ପ୍ରତିଷ୍ଠାନ ,ଦେଉଳିସାହି, ବାଦଡା, ବାମନିପାହାଡ ଛଉ ନୃତ୍ୟ ପ୍ରତିଷ୍ଠାନ ,ଅଁଳାଯୋଡି:,ରେଙ୍ଗେଲଵେଡା ଛଉ ନୃତ୍ୟ ପ୍ରତିଷ୍ଠାନର ଆନ୍ତର୍ଜାତୀୟ ସୁନାମଧନ୍ୟ ଛଉକଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ବହୁ ସଂଖ୍ୟାୟରେ ଛଉ ପ୍ରେମୀ ନୃତ୍ୟ ଉପଭୋଗ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଉପସଭାପତି ଦ୍ଵାରୀକାନାଥ ମହାନ୍ତ, ସୃଷ୍ଟିଧର ମହାନ୍ତ,ଜୀବନ ପାତ୍ର, ପୂର୍ଣଚନ୍ଦ୍ର ମହାନ୍ତ,,ରାଜକାପୁର ମହାନ୍ତ,ଭାଗବତ ମାଝୀ,କାଳୀଚରଣ ମହାନ୍ତ,ସନ୍ତୋଷ ମହାନ୍ତ,ସୁନିଲ ମହାନ୍ତ ,ଛତିଶ ମ଼ହାନ୍ତ,ଧୀରେନ ମହାନ୍ତ,କହ୍ନାଇ ଵେହେରା,ଧୀରେନ ମହାନ୍ତ, ସାର୍ଥକ ମହାନ୍ତ,ବିଜୟ ମହାନ୍ତ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ ହୋଇଥିବାରୁ ସଂପାଦକ ଦୁଷ୍ମନ୍ତ ଘସା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ