ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ବ୍ୟୟ ସତ୍ୱେ ବହୁ ପୁରାତନ ବୃହତ ପୋଖରୀ ଶୁଷ୍କ ଓ କଣ୍ଟା ବୁଦାରେ ପରିପୂର୍ଣ୍ଣ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ୱାର୍ଡ ନମ୍ବର ୧୧ରେ ଥିବା ପଟ୍ଟନାୟକ ପୋଖରୀ ସହରର ଅତ୍ୟନ୍ତ ପୁରାତନ ଓ ବୃହତମ ପୋଖରୀ ଅଟେ. ଏହି ପୋଖରୀର ପୁନଃରୁଦ୍ଧାର ଓ ଉନ୍ନତି ପାଇଁ ବର୍ତ୍ତମାନ ସୁଦ୍ଧା ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କାର ଆର୍ଥିକ ଅନୁଦାନ ବ୍ୟୟ କରାଯାଇଛି. ତଥାପି ବର୍ତ୍ତମାନ ପୋଖରୀର ପରିବେଶ ଅତ୍ୟନ୍ତ ଶୋଚନୀୟ ଓ ଅପରିଷ୍କାର ହୋଇପଡିଛି. ପାରଳାର ବହୁ ପୁରାତନ ଓ ବୃହତ ଏହି ପଟ୍ଟନାୟକ ପୋଖରୀଟି ଶୁଷ୍କ ଓ କଣ୍ଟା ବୁଦାରେ ପରିପୂର୍ଣ ହୋଇ ବର୍ତ୍ତମାନ ଯେଉଁ ଅବସ୍ଥା ହୋଇଛି ସେ ନେଇ ସହରରେ ଅସନ୍ତୋଷ ବୃଦ୍ଧି ପାଇଛି. ସାଧାରଣରେ ଦାବି କରାଯାଇଛିଯେ ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ କଣ କାଗଜ କଲମରେ କରାଯାଇ ଅନୁଦାନକୁ ଆତ୍ମସାତ କରାଯାଇଥିବା ଭଳି ସ୍ପଷ୍ଟ ହୋଇଛି. ଏନେଇ ଭିଜିଲାନ୍ସ ବିଭାଗ ତରଫରୁ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବା ଆବଶକ୍ୟ ଅଟେ. ପାରଳା ସହରର କେତେଜଣ ବୁଦ୍ଧିଜୀବୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସହିତ ଉତ୍ତାପ 44 ଡିଗ୍ରୀରେ ପହଞ୍ଚିଲା ବେଳେ ପଟ୍ଟନାୟକ ପୋଖରୀକୁ ଆଜି ଜରଜୀର୍ଣ୍ଣ ଅବସ୍ଥାରେ ପଡିଛି । ପଟ୍ଟନାୟକ ପୋଖରୀକୁ ପଙ୍କୋଦ୍ଧାର କାର୍ଯ୍ୟ କରିବା ଆଳରେ ୨୦୧୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଦୁଃଖ ଓ ପରିତାପରର ବିଷୟ ଯେ ପ୍ରଥମେ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ପାଇଁ ବିଆରଜିଏଫ ଫଣ୍ଡରେ ୧୫ଲକ୍ଷ, ଓ ଦଶମ ଫାଇନାନ୍ସ ଯୋଜନାରେ ୧୦ଲକ୍ଷ ବିନିଯୋଗରେ ପୋଖରୀ ସଂପୂର୍ଣ ରୁପେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା । ଏହା ପରେ ୨୦୧୯-୨୦ ମସିହାରେ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ୧କୋଟି ୩୨ଲକ୍ଷ ବ୍ୟୟ ଅଟକଳ ଖର୍ଚ ରେ ପୋଖରୀ ଚାରିପଟେ କାନ୍ଥ କରାଯିବା ସହିତ ଉପରେ ମାଟି ଲେବେଲ କରିଥିଲେ। ଯାହା ଫଳରେ ନାଗରିକମାନେ ସକାଳ ସମୟରେ ପାଦ ଚଲାରେ ଭ୍ରମଣ କରିପାରିବେ. ବନ୍ଧହୁଡା ଉପରେ ସୁନ୍ଦର ଗଛ ଲଗାଇବା ସହ ସୁନ୍ଦର ପରିବେଶର ଗୋଟିଏ ଚଲାପଥ ତିଆରି କରିବାକୁ ବିଭାଗୀୟ ପକ୍ଷରୁ କାଯ୍ୟାଦେଶ ଦିଆଯାଇଥିଲା. ହେଲେ ଆଜି ସୁଦ୍ଧା କୌଣସି କାର୍ଯ୍ୟକ୍ରମ ସଠିକ୍ ଭାବରେ ହୋଇନାହିଁ। କିନ୍ତୁ ସେ ବାବଦରେ ୧କୋଟି ୩୨ଲକ୍ଷ ଖର୍ଚ ହୋଇଛି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଏହି ପୋଖରୀରେ ପୁନଃ ଉଦ୍ଧାର କରିବା ସକାଶେ ଆଜିକୁ ପନ୍ଦର ବର୍ଷ ବିତିଗଲା, ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ମେ’ ମାସ, ଏହି ପୋଖରୀଟି ଶୁଷ୍କ ହୋଇ କଣ୍ଟା ବୁଦାରେ ପରିପୂର୍ଣ ହୋଇଛି. ଏହି ପୋଖରୀଟି ପୂରାତନ କାଳରୁ ସହରର ବୃହତ ପୋଖରୀ ଭାବେ ପରିଚିତ. ଏହି ପୋଖରୀ ଉପରେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଗାଧୁଆ, ଶୌଚ କରିବାରେ ବହୁତ ସାହାଯ୍ୟରେ ଆସିବା ସହିତ ଏହି ଅଞ୍ଚଳର ଲୋକେ ଶ୍ରାଦ୍ଧ, ପିତୃ କାର୍ଯ୍ୟ ଆଦି ଏଠାରେ ଚାରି ଦିନ ଠାରୁ ଆରମ୍ଭ କରି ଦଶାହ କାର୍ଯ୍ୟ ନିର୍ବାହୀ କରିବାରେ ପୋଖରୀଟି ବିନିଯୋଗ ହେଉଥିଲା । ବର୍ତମାନ ଏହି ପୋଖରୀ ପାଣି ଶୁଖିବା ଯୋଗୁଁ ଏହି କାର୍ଯ୍ୟକ୍ରମ କରିବା ଲୋକଙ୍କ ପକ୍ଷରେ ବହୁତ କଷ୍ଟକର ହେବା ସହିତ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁ ଛନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏହି ପୋଖରୀ ଉପରେ ବହୁତ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ହରାଇଛନ୍ତି ଫଳରେ ପୋଖରୀରେ ପାଣି ନଥୁବାରୁ ମତ୍ସ୍ୟଜୀବି ମାନେ ତାଙ୍କର ଜୀବିକା ହରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ବିଷୟରେ ଚିନ୍ତା କରିବା ଯଦି ଏହି ପୋଖରୀରେ ପାଣି ନଥୁବାରୁ ଏହି ଅଞ୍ଚଳର ରହିଥିବା ସମସ୍ତ କୂପରେ ଜଳସ୍ତର କମିଯାଇଛି I ଏହି ପୋଖରୀ ଶୁଖିଯାଇଥିବାରୁ ଅଞ୍ଚଳ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବାବେଳେ ପୋଖରୀର ପୁନଃରୁଦ୍ଧାର ପାଇଁ ପୌରପରିଷଦ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ