ଧାନମଣ୍ଡିରୁ ଉଠି ପାରୁନି ଧାନ, ରାଜରାସ୍ତା ଅବରୋଧ କଲେ ଚାଷୀ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲାରେ ନିର୍ଦ୍ଧାରିତ ତାରିଖ ଠାରୁ ବିଳମ୍ବରେ ମଣ୍ଡି ଖୋଲିଥିବା ବେଳେ କିଛି ସପ୍ତାହ ଚାଲିବା ପରେ ବର୍ତ୍ତମାନ ଯୋଗାଣ ବିଭାଗ ଦ୍ଵାରା ନୁଆ ଟାର୍ଗେଟ ମିଲର ମାନଙ୍କୁ ଦିଆଯାଇ ନଥିବାରୁ ବିଭିନ୍ନ ମଣ୍ଡିରେ ହଜାର ହଜାଇ କୁଇଣ୍ଟାଲ ଧାନ ପଡିରହିଛି । କୋକସରା ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଥିବା ବେଳେ କିଛି ନିର୍ଦିଷ୍ଟ ଧାନ ଦଲାଲ ଓ ଚାଷୀଙ୍କୁ ଅନୁକମ୍ପା ଦେଖାଇ ପେକ୍ସ କର୍ମଚାରୀ ଓ ମିଲରଙ୍କ ଏଜେଣ୍ଟ ମାନେ ସେମାନଙ୍କ ଧାନ ଉଠନ କରୁଥିବା ବେଳେ ଛୋଟ ଚାଷୀଙ୍କ ଧାନ ପଡିରହିଛି ଚାଷି ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହେଉ ନଥିବା ପ୍ରତିବାଦରେ ଆଜି ଚାଷୀଙ୍କ ଆକ୍ରୋଶ ଆନ୍ଦୋଳନର ରୂପ ନେଇଥିବା ବେଳେ କୋକସରା ଦେଇ ଯାଇଥିବା ଜାତୀୟ ରାଜପଥ ୨୬ କୁ ଅବରୋଧ କରିଥିଲେ । ଖବରପାଇ କୋକସରା ପୋଲିସ ଓ ଅତିରିକ୍ତ ତହସିଲଦାର ଶରତ ଶବର ଆସି ଚାଷୀ ଙ୍କ ସହ ଆଲୋଚନା କରି ତୁରନ୍ତ ମିଲର ମାନଙ୍କୁ ଡାକି ଧାନ ଉଠାଇବାକୁ ନିର୍ଦେଶ ଦେବା ପରେ ଚାଷୀ ଆନ୍ଦୋଳନ ରୁ ଓହରି ଥିଲେ। ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତା ଦୁଇ କଡ ରେ ଶହ ଶହ ଗାଡି ମଟର ଅଟକି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ