ବେଆଇନ ମୋରମ ଚୋରା ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଓ ଗୋଟେ ଜେସିବି ଜବତ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ): ବେଆଇନ ମୋରମ ଚୋରା ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଓ ଗୋଟେ ଜେସିବି ଜବତ କଲା ମାଇନିଂ ବିଭାଗ l ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ ବେଆଇନ ମୋରମ ଚାଲାଣ ହେଉଥିବା ବେଳେ ଖବର ପାଇ ମାଇନିଂ ବିଭାଗ ଚଢ଼ାଉ କରିଥିଲା l ସୂଚନା ଥାଉ କି, ଦୀର୍ଘ ଦିନ ଧରି ସୁନ୍ଦରପୁର ପାହାଡ଼ରୁ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା l ତେବେ ଗତକାଲି ବିଳମ୍ବିତ ରାତ୍ରରେ ବେଆଇନ ମୋରମ ଚାଲାଣ ହେଉଥିବା ଖବର ପାଇ ମାଇନିଂ ବିଭାଗ ଚଢ଼ାଉ କରିଥିଲା l ପରେ ଛତ୍ରପୁର ଥାନାରେ ଜିମା ଦିଆଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ