ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନହଙ୍ଗସ୍ଥିତ ମା’ ମଙ୍ଗଳାଙ୍କ ପୀଠରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ୬୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆର୍ତ୍ତତ୍ରାଣ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବିବରଣୀ ପାଠ କରି ସଂଘର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ସଂଘରେ ୩ଜଣ ନୂତନ ସଦସ୍ୟ ଯୋଗ ଦେଇଥିବାରୁ ସେମାନଙ୍କୁ ସ୍ୱାଗତ କରାଯିବା ସହିତ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ସଦସ୍ୟ ଭୋଟ ଦେଇ ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ଲହରି ପ୍ରବାହିତ ହେଉଥିବାରୁ ସମସ୍ତ ସଦସ୍ୟ ସଚେତନ ହୋଇ ଘର ଭିତରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ପରିବେଶର ସୁରକ୍ଷା ତଥା ଆଗାମୀ ପିଢିର ଭବିଷ୍ୟତ ପାଇଁ ପ୍ରତ୍ୟେକ ସଦସ୍ୟ ବର୍ଷାଋତୁ ପ୍ରାରମ୍ଭରେ ଦୁଇଗୋଟି ବୃକ୍ଷର ଚାରା ରୋପଣ କରିବାକୁ ସଂକଳ୍ପ ଗ୍ରହଣ କରାଯାଇଥିଲା । ଚଳିତ ମାସ ୨୬ ତାରିଖରେ ପରବର୍ତ୍ତୀ ବୈଠକ କରାଯିବାକୁ ସ୍ଥିର କରାଯିବା ସହ ସଂଘ ପକ୍ଷରୁ ଏକ ଜଳଛତ୍ର ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି । ଏହି ବୈଠକରେ ନିରଞ୍ଜନ ବିଶ୍ୱାଳ, ଧିରେନ କୁମାର ରଥ, ନରସିଂହ ସାହୁ, ଦୈତାରି ସେଠୀ, କ୍ଷୀରୋଦ ଚନ୍ଦ୍ର ସାମଲ, ଦିବାକର ନାୟକ, ଶ୍ୟାମସୁନ୍ଦର ଦାସ, କ୍ଷେତ୍ରବାସୀ ସାହୁ, ଗୋଲକ ଚନ୍ଦ୍ର ସାହୁ, ମଳୟ କୁମାର କୁଣ୍ଡ, କାଙ୍ଗାଳି ଚରଣ ବାରିକ, ପ୍ରଫୁଲ୍ଲ ଚନ୍ଦ୍ର ଜେନା, ଗୌରାଙ୍ଗ ଚରଣ ସାହୁ, ଜଗବନ୍ଧୁ ଦାସ, ପ୍ରଫୁଲ୍ଲ କୁମାର ସିଂହ, ରଘୁନାଥ ରାଉତ, ସୁରେନ୍ଦ୍ର କୁମାର ଦାସ ଓ ଗୁରୁଚରଣ କବି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ