ହାଣ୍ଡିରେ ଚାଉଳ ପକାଇଲେ ହୁଏ ବାହାଘର

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ । ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି କେତେକ ଅଞ୍ଚଳରେ ସାନ୍ତାଳ, ସୌରା ଏବଂ ମୁଣ୍ଡପୋତା କେଳା ଆଦି ସମ୍ପ୍ରଦାୟ ବାସ କରନ୍ତି । ଏସବୁ ଜନଜାତି ସମ୍ପ୍ରଦାୟରେ ବାହାଘର ଏକ ନିଆରା ଢଙ୍ଗରେ ହୋଇଥାଏ । ପ୍ରତି ୫ ବର୍ଷରେ ଏସବୁ ସମ୍ପ୍ରଦାୟଙ୍କ ପକ୍ଷରୁ ଆୟୋଜିତ ହୋଇଥାଏ ଏକ ମିଳିତ ବିବାହ ଉତ୍ସବ । ଏଥିରେ ବିବାହ ବୟସ ହୋଇଥିବା ଯୁବକ ଏକ ଚୁଲିରେ ପାଣି ହାଣ୍ଡି ବସାଇ ରଖିଥାନ୍ତି । ଅପରପକ୍ଷରେ ବିବାହ ବୟସ୍କା କନ୍ୟାମାନେ ଏକତ୍ରିତ ହୋଇ ହାଣ୍ଡିରେ ଚାଉଳ ପକାଇଥାନ୍ତି । ଚାଉଳ ପକାଇଥିବା କନ୍ୟାକୁ ହାଣ୍ଡି ବସାଇଥିବା ପୁଅଘର ସଦସ୍ୟ ଆସି ନେଇଥାନ୍ତି । ପରେ କନ୍ୟା ଏବଂ ପୁଅ ଘର ପରିବାରବର୍ଗ ବିବାହ ପାଇଁ ଆଲୋଚନା କରନ୍ତି ଏବଂ ଭୋଜିଭାତ ହୋଇ ବିବାହ ସମ୍ପନ୍ନ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ