ସମାଜସେବୀ ସୁରତା କୟାଥରିନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ଗରାପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପରିସରରେ ବିଶିଷ୍ଟ ସମାଜସେବୀ ସୁରତା କୟାଥରିନ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଂସଦର ସଭାପତି ପ୍ରଦୀପ କୁମସାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ନଳିନୀବିହାରୀ ମହାନ୍ତି ଓ ଚିତ୍ତରଞ୍ଜନ ଦାସ ଯୋଗଦେଇ ସ୍ୱର୍ଗତ ସୁରତା କୟାଥରିନ ଦାସଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ରେସୱା ଦ୍ୱାରା ପରିଚାଳିତ ଜାଗୃତୀ -୨ର ଅଧିକ୍ଷିକା ମିନତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରେସୱା ଦ୍ୱାରା ପରିଚାଳିତ ଜାଗୃତୀ -୨ ଏବଂ ଅନ୍ୟାନ୍ୟ ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା ।