ଆନ୍ଧ୍ରରୁ ପୁଣି ଓଡ଼ିଶା ମୁହାଁ ହେଲେ ୪ ଜଙ୍ଗଲୀ ହାତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଯାଇ କିଛି ଦିନ ଅବସ୍ଥାନ କରିଥିବା ୪ ଗୋଟି ହାତୀ ପୁଣି ଗଜପତି ମୁହାଁ ହୋଇଥିବା ଖବର ମିଳିଛି. ଏହି ୪ ଗୋଟି ହାତୀ ଗଜପତିରୁ ଆନ୍ଧ୍ରର ମାନ୍ୟମ ଜିଲ୍ଲାର ଭାମିନୀ ମଣ୍ଡଳର ବାଲେରୁ, ତାବେଡା, ଘନସିରା, କୋଶଲି ଆଦି ଅଞ୍ଚଳରେ ଗତ କିଛି ମାସ ଧରି ଅବସ୍ଥାନ କରି ଆସୁଥିଲେ. ଗତକାଲି ଏହି ହାତୀପଲ ପୁଣି ଗଜପତି ଜିଲ୍ଲାକୁ ମୁହାଁଇଛନ୍ତି. ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧା, ଗୁଦୁରା, ବଥବା ଆଦି ଅଞ୍ଚଳର ଜଙ୍ଗଲରେ ବିଚରଣ କରୁଥିବା ସହ କାଶୀନଗର ବ୍ଲକର ବଂଶଧାରା ନଦୀରେ ଏହି ୪ ଗୋଟି ହାତୀ ପାଣି ପିଉଥିବା ଆନ୍ଧ୍ର ବନ ବିଭାଗର କର୍ମଚାରୀମାନେ ଦେଖି ସୂଚନା ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ