ବିଜେପି ପ୍ରଚାର ଗାଡିକୁ ଆକ୍ରମଣ ହୋଇଥିବା ନେଇ ଗାରୋଇ ଫାଣ୍ଡିରେ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡାବର ପଂଚାୟତରେ ବିଜେପି ପକ୍ଷରୁ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରାଯାଉଥିବା ବେଳେ ମଙ୍ଗଳବାର ଉକ୍ତ ପ୍ରଚାର ଗାଡିକୁ ଆକ୍ରମଣ କରାଯାଇଥିବା ନେଇ ଗାରୋଇ ଫାଣ୍ଡିରେ ଅଭିଯୋଗ କରାଯାଇଛି । ଉକ୍ତ ଅଭିଯୋଗ ନାଉଗାଁ ବ୍ଳକ ବିଜେପିର ପୂର୍ବତନ ସଭାପତି ଶ୍ରୀକାନ୍ତ ସ୍ୱାଇଁ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପ୍ରଚାର ସମୟରେ ଡାବର ପଂଚାୟତ ତେଲଘଡି ଗ୍ରାମର କିଛି ଯୁବକ ଆସି ପ୍ରଚାର ଗାଡିକୁ ଆକ୍ରମଣ କରାଯିବା ସହିତ ଗାଡିରେ ଥିବା ବୈଦ୍ୟୁତିକ ସରଂଜାମକୁ ଭାଙ୍ଗି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଫାଣ୍ଡି ଅଧିକାରି ସୁଶାନ୍ତ କୁମାର ପଣ୍ଡା ତଦନ୍ତ ଚାଲୁରହିଥିବା ମତବ୍ୟକ୍ତ କରିଛନ୍ତି ।


