ମିଶନ ପଡ଼ିଆ ପାଖ “ଟପ ଏଣ୍ଡ ତେଷ୍ଟି”

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ସ୍ଥାନୀୟ ମିଶନ ପଡ଼ିଆ ପାଖ “ଟପ ଏଣ୍ଡ ତେଷ୍ଟି” (ଫାଣ୍ଟାସି )ରେ ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଅଖିଳ ଭାରତ କଂଗ୍ରେସ କମିଟି ର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପବନ ଖେଡା ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ।ବିଜେପି ତଥା ନରେନ୍ଦ୍ର ମୋଦି ଙ୍କ ନୀତି କୁ ବିରୋଧୀ କରି ଶ୍ରୀଯୁକ୍ତ ଖେଡା କହିଥିଲେ କି ବିଜେପି ଓ ମୋଦି ଙ୍କ ମିଛ ପ୍ରତିଶୃତି ଓ ଅହଙ୍କାର ଦେଶକୁ ବର୍ବାଦ ଆଡକୁ ନେଇ ଯାଉଛି। ଲୋକ ବୁଝିଲେଣି ତେଣୁ ବିଜେପି ଓ ମୋଦି ଦେଶରୁ ସାଫ ହେବାକୁ ଯାଉଛି।ବାଲେଶ୍ୱର ର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ୨୦୦୯ ରୁ ୨୦୧୪ ର କାର୍ଯ୍ୟକଳାପ କୁ ସ୍ମରଣ କରେଇ କହିଥିଲେ ଏଭଳି ନେତା ଯିଏ କାମରେ ବିଶ୍ୱାସ ରଖନ୍ତି ତାଙ୍କ ପାଇଁ ମୁଁ ଏଠାରେ ଆସି ପହଞ୍ଚି ବହୁତ ଖୁସି ଅନୁଭବ କରୁଛି।ତେଣୁ ଆପଣ ମାନଂକ ମାଧ୍ୟମରେ ମୁଁ ବାଲେଶ୍ୱର ବାସୀଙ୍କୁ ଅନୁରୋଧ କରିବି କି ଏଭଳି କର୍ମବୀର ବ୍ୟକ୍ତି ଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଲେ ବାଲେଶ୍ୱର ଆହୁରି ଉନ୍ନତି ପଥରେ ଆଗେଇ ଯିବ।ସାମ୍ବାଦିକଙ୍କ ୪୦୦ ପାର ପ୍ରଶ୍ନ ର ଉତ୍ତର ଦେଇ କହିଥିଲେ ୪୦୦ ପାର ନୁହେଁ ମୋଦି ସରକାର ସରକାର ସେ ବାହାର।ଅନ୍ୟ ଏକ ମୋଦି ଗ୍ୟାରାନ୍ତି ପ୍ରଶ୍ନର ଉତ୍ତର ରେ କହିଥିଲେ ଆପଣଙ୍କ ଏକାଉଣ୍ଟ କୁ ୧୫ ଲକ୍ଷ ଟଙ୍କା ଆସି ଯାଇଛି କି? ଦୁଇ କୋଟି ଚାକିରୀ ମିଳି ଯାଇଛି କି?ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱରଞ୍ଜନ ମୋହାନ୍ତି,ରାଜ୍ୟ ଅଧ୍ୟକ୍ଷ ଗଣମାଧ୍ୟମ ଏବଂ ଯୋଗା ଯୋଗ ବିଭାଗ,ଓଡିଶା କଂଗ୍ରେସ।ଅଭୟ ଛାଜେଡ,ଏ,ଆଇ,ସି,ସି ବାଲେଶ୍ୱର ପର୍ଯ୍ୟବେକ୍ଷକ।ସଞ୍ଜୀବ ଗିରି,ଜିଲ୍ଲା ସଭାପତି,ବାଲେଶ୍ୱର କଂଗ୍ରେସ,ବିକାଶ କୁମାର ଦାସ,ଜିଲ୍ଲା ଅଧ୍ୟକ୍ଷ ଗଣମାଧ୍ୟମ ଏବଂ ଯୋଗା ଯୋଗ ବିଭାଗ,ବାଲେଶ୍ୱର କଂଗ୍ରେସ,ପ୍ରଭାତ କୁମାର,ଏ,ଆଇ,ସି,ସି,ଓଡିଶା ଗଣମାଧ୍ୟମ ସଂଯୋଜକ,ରିତୁ ଚୌଧୁରୀ,ଏ,ଆଇ,ସି,ସି,ଓଡିଶା ଗଣମାଧ୍ୟମ ସଂଯୋଜକ,ଗୋପୀନାଥ ପାଢ଼ୀ,ଉପସଭାପତି ବାଲେଶ୍ୱର କଂଗ୍ରେସ,ନବକିଶୋର ଭୁଇଁଆ,ଜିଲ୍ଲା ଅଧ୍ୟକ୍ଷ ସାମାଜିକ ଗଣମାଧ୍ୟମ,ବାଲେଶ୍ଵର କଂଗ୍ରେସ।ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ