ଆଦିବାସୀ ଭାଇ ଭଉଣୀଙ୍କ ସହ ନାଚିଲେ ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ
ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଆଜି ASCA ଆଦିବାସୀ ସଂଗଠନ ତରଫରୁ ଆଦିବାସୀ ଲେଖକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ରେମୁଣା ବିଧାୟକ ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ,ପୂର୍ବତନ ଜିଲ୍ଲା ପରିଷଦ ତଥା ବାଲେଶ୍ବର ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି ଉପସ୍ଥିତ ଥିଲେ। ଶ୍ରୀ ଦାସ ଆଦିବାସୀ ଭାଇ ଭଉଣୀଙ୍କ ସହ ଗୀତାର ତାଳରେ ନାଚିଥିଲେ। ଏହାପରେ ଆଦିବାସୀ ସମ୍ପ୍ରଦାୟର ଭାଇ,ଭଉଣୀ,ମା,ମାଉସୀ ମାନଙ୍କ ସହ କିଛି ସମୟ ବିତାଇ ତାଙ୍କ ସୁଖ ଦୁଃଖ ବୁଝିଥିଲେ।