ପାରଳାଖେମୁଣ୍ଡି ରଥ ନିର୍ମାଣ କମିଟିର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାରଳାଖେମୁଣ୍ଡି ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କମିଟିର ପ୍ରସ୍ତୁତି ବୈଠକ ହୋଇଯାଇଛି। କୋଷାଧ୍ୟକ୍ଷ ତଥା ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ୩ ରଥର ନିର୍ମାଣ ଦାୟିତ୍ୱରେ ଥିବା ଅଶୋକ ମହାରଣା, ନିର୍ମାଣ କମିଟିର ସଦସ୍ୟ ପ୍ରଣଜ ପଟ୍ଟନାୟକ, ଖଲି ବରାଡ଼, ଭାରତ ଭୂଷଣ ମହାନ୍ତି, ରାଜେନ୍ଦ୍ର ବେହେରା, ପ୍ରଦୀପ କୁମାର ନାୟକ, ସୁଜିତ ଦାଶ, ବସନ୍ତ ପଣ୍ଡା, ବସନ୍ତ କୁମାର ଓ ଶ୍ରୀକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ଚଳିତବର୍ଷର ରଥ ନିର୍ମାଣ ନିମନ୍ତେ କାଠ ମହଜୁଦ ରହିଛି କି ନାହିଁ, ନୂତନ କାଠର ଆବଶ୍ୟକତା, ରଥଟଣା ଦଉଡି, ରଥରେ ବ୍ୟବହାର ହେବାକୁ ଚାନ୍ଦୁଆ, ଠାକୁରଙ୍କ ପହଣ୍ଡି ନିମନ୍ତେ ବ୍ୟବହାର ହେବାକୁ ଥିବା ବାଉଁଶ ତାଟ ଆଦିକୁ ଅନୁଧ୍ୟାନ କରାଯିବା ସହ ଅନ୍ୟ ସମସ୍ତ ପ୍ରକାର ରଥର ବ୍ୟବହାର ସାମଗ୍ରୀ ଅନୁଧ୍ୟାନ କରାଯିବା ନେଇ ନିଷ୍ପତ୍ତ ହୋଇଛି। ରଥର ବ୍ୟବହାର ସମସ୍ତ କାଠାକୁ ଦୁଇ ତିନିଦିନ ମଧ୍ୟରେ ବାହାରକୁ କଡ଼ାଯିବା ପରେ ଏହାକୁ ଅନୁଧ୍ୟାନ କରାଯିବା ପାଇଁ ନିଷ୍ପତ୍ତ ନିଆଯାଇଛି। ଏହି ସମସ୍ତ ସାମଗ୍ରୀ ଗୁଡିକର ଅନୁଧ୍ୟାନ ପରେ ପୁଣି ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲ କମିଟି ସଦସ୍ୟ କହିଛନ୍ତି.


