ଗୁଗଲ ରୁ ଇସ୍ତଫା ଦେଲେ ରାଜନ ଆନନ୍ଦନ
ଗୁଗଲର ଦକ୍ଷିଣ ଏସିଆ ଏବଂ ଭାରତ ମୁଖ୍ୟ ତଥା ଭାଇସ ପ୍ରେସିଡେଣ୍ଟ ରାଜନ ଆନନ୍ଦନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଚଳିତ ମାସ ଶେଷରେ କମ୍ପାନୀ ଛାଡ଼ିବେ। ଗୁଗଲ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମୁଖ୍ୟ ତଥା ପ୍ରେସିଡେଣ୍ଟ ସ୍କର୍ଟ ବୋୟୋମାଣ୍ଟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଗୁଗଲ ଛାଡ଼ିବା ପରେ ସେ ଭେନଚର ଫଣ୍ଡ କମ୍ପାନୀ ସିକ୍ୟୁଆ କ୍ୟାପିଟାଲରେ ଯୋଗଦେବେ।
ପ୍ରକାଶଯୋଗ୍ୟ ଯେ ରାଜନ ୮ ବର୍ଷ ହେବ ଗୁଗଲରେ କାମ କରୁଥିଲେ। ଏହା ପୂର୍ବରୁ ୨୦୧୦ ପର୍ୟ୍ୟନ୍ତ ସେ ମାଇକ୍ରୋସଫ୍ଟ କମ୍ପାନୀରେ କାର୍ୟ୍ୟ କରୁଥିଲେ। ତାଙ୍କ ଇସ୍ତଫାର କାରଣ ଜଣାପଡିନାହିଁ। ଗୁଗଲର ସେଲ୍ସ ନିର୍ଦେଶକ ବିକାଶ ଅଗ୍ନିହୋତ୍ରୀ ରାଜନଙ୍କ ସ୍ଥାନରେ ଗୁଗଲ ଇଣ୍ଡିଆର ଅନ୍ତରୀଣ ମୁଖ୍ୟ ଭାବେ କାର୍ୟ୍ୟ ତୁଲାଇବେ। ରାଜନ ଡେଲ ଏବଂ ମ୍ୟାକେଞ୍ଜି ଭଳି କମ୍ପାନୀରେ ବି କାମ କରିଛନ୍ତି।


