ଭଞ୍ଜନଗର ବି.ଇ.ଓ ଙ୍କ ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଂଜନଗର ବି.ଇ.ଓ ଅଫିସରେ ଶନିବାର ଭଞ୍ଜନଗର ବି.ଇ.ଓ ଅଫିସରେ ଶତାଧିକ ଶିକ୍ଷକ ଉପସ୍ଥିତ ରହି ଭଞ୍ଜନଗର ବି.ଇ.ଓ ଏସ୍.ଧନଞ୍ଜୟ ଙ୍କ ମନମୁଖୀ କାର୍ଯ୍ୟକଳାପ ର ପ୍ରତିବାଦ କରିଥିଲେ । ଅବ୍ୟବହୃତ ସ୍ଥାନୀୟ ଛୁଟି ଓ ପରିଦର୍ଶନ ଛୁଟି ବଡଦିନ ଛୁଟିରେ ମିଶିବା ନିର୍ଦ୍ଦେଶ ସରକାରୀ ସ୍ତରରେ ଥିବାବେଳେ ବି.ଇ.ଓ ମହୋଦୟ ଏହି ଛୁଟିକୁ ବାତିଲ ଭ୍ରମ ସୃଷ୍ଟି କରି ଶିକ୍ଷକ ମହଲରେ ଅସନ୍ତୋଷ ସୃଷ୍ଟି କରିଥିଲେ, ଯାହାକି ଏହି ଶିକ୍ଷକ ଆନ୍ଦୋଳନ କୁ ତିବ୍ରତର କରିଥିଲେ । ବ୍ଳକର ଶତାଧିକ ଶିକ୍ଷକ ଉପସ୍ଥିତ ରହି ବି.ଇ.ଓ ଙ୍କ ମନମୁଖୀ ନିତୀ ନିୟମ ପ୍ରଚଳନ,ଆକସ୍ମିକ ଛୁଟି ପ୍ରଦାନ ନିମିତ୍ତ ହଇରାଣ କରିବା, ସ୍ଥାନୀୟ ଛୁଟି ପ୍ରଦାନ ନ କରିବା ,ଇ.ଏଲ୍ ଓ ମାଟେରନିଟି ଲିଭ୍ ପ୍ରଦାନରେ ବିଳମ୍ବ, ଇତ୍ୟାଦି କୁ ଉପସ୍ଥିତ ଶିକ୍ଷକଗଣ ତୀବ୍ର ବିରୋଧ କରିବା ସହ ଧାରଣାରେ ବସି ରହିଥିଲେ । ଶିକ୍ଷକ ନେତା ବିରେନ୍ଦ୍ର ଗୌଡ,ତ୍ରିନାଥ ପଟ୍ଟନାୟକ,ପ୍ରଦୋଷ ହୋତା, ଶରତ ଚନ୍ଦ୍ର ପାଢୀ,ମୋହନ ରାଓ ପାତ୍ର,ଏ.ସିମାଞ୍ଚଳ ପାତ୍ର,ସୁଜିତ ସ୍ବାଇଁ,ସୁଧାଂଶୁ ମହାପାତ୍ର,ଅବିନାଶ ପଣ୍ଡା,ଟିକିରାମ ସାହୁ,ଜଗଦୀଶ ନାୟକ,ଶିବାଶିଷ୍ ବେହେରା,ଦିଲିପ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବି.ଇ.ଓ ନ ଆସିବା ପର୍ଯ୍ୟନ୍ତ ଓ ଏ ସବୁର କୈଫିୟତ ନ ଦେବା ପର୍ଯ୍ୟନ୍ତ ବସି ରହି ଧାରଣା ଜାରି ରଖିବେ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ବି.ଇ.ଓ ମହୋଦୟ ଆଜି ନିଜ ଭଞ୍ଜନଗର ଅଫିସରେ ଅନୁପସ୍ଥିତ ଥିଲେ ଏବଂ କାହାକୁ ଦାୟିତ୍ବ ପ୍ରଦାନ ନ କରି ଶନିବାର ଦିନ ଅପରାହ୍ଣ ରେ ଅଭିଯୋଗ ଶୁଣାଣି ଦିବସ ଥିଲେ ମଧ୍ୟ ଅଫିସରେ ଅନୁପସ୍ଥିତ ରହିବା ଶିକ୍ଷକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ରିପୋର୍ଟ ଲେଖା ହେବା ଯାଏଁ ସମସ୍ତ ଶିକ୍ଷକଗଣ ଧାରଣାରେ ବିଳମ୍ବିତ ରାତି ଯାଏଁ ବି.ଇ.ଓ ଅଫିସ ଆଗରେ ବସିରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ