ମିଶିବନି କାଳିଆ ଛାତ୍ର ବୃତ୍ତି

ଭୁବନେଶ୍ୱର : ପୂର୍ବ ଭଳି ମେଧାବୀ ଛାତ୍ରଛାତ୍ରୀଙ୍କୁ କାଳିଆ ଛାତ୍ରବୃତ୍ତି ମାଧ୍ୟମରେ ଟଙ୍କା ଦେବେ ରାଜ୍ୟ ସରକାର । ବନ୍ଦ ହେବନି କାଳିଆ ଛାତ୍ର ବୃତ୍ତି । ପିଏମ କିଷାନ ଯୋଜନା ସହ ମିଶିବନି କାଳିଆ ଛାତ୍ର ବୃତ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭ ହଜାର ୨୫୮ ଜଣ ଛାତ୍ରଛାତ୍ରୀଙ୍କୁ କାଳିଆ ଛାତ୍ର ବୃତ୍ତିରେ ଚୟନ କରାଯାଇଛି । ୨୦୧୯-୨୦ ପାଇଁ ୧୯ ହଜାର ୨ ଶହ ୪୭ ଜଣ ଛାତ୍ରଛାତ୍ରୀ କାଳିଆ ଛାତ୍ର ବୃତ୍ତି ପାଇଁ ଆବେଦନ କରିଥିଲେ ବୋଲି ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ୪ ଫେବୃଆରୀରେ କାଳିଆ ଛାତ୍ର ବୃତ୍ତି ଯୋଜନା ପ୍ରଣୟନ କରିଥିଲେ ରାଜ୍ୟ ସରକାର । କ୍ଷୁଦ୍ର ଓ ମଧ୍ୟମ ଚାଷୀ ଯେଉଁମାନେ କାଳିଆ ଯୋଜନାରେ ସାମିଲ ହୋଇଥିଲେ ସେମାନଙ୍କ ପୁଅ ଝିଅ, ଯେଉଁମାନେ ଉଚ୍ଚ ଶିକ୍ଷା ତଥା ପୋଷ୍ଟ ଗ୍ରାଜୁଏସନ ପଢିବା ପାଇଁ ଚାହୁଁଥିବେ ସେମାନେ କାଳିଆ ଛାତ୍ର ବୃତ୍ତି ପାଇଁ ଆବେଦନ କରିପାରିବେ । ଏହି ନୂଆ ଯୋଜନାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ସରକାରୀ ପ୍ରଫେସନାଲ କଲେଜରେ ନାମ ଲେଖାଇବା ସହ ସେମାନଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହାଦ୍ୱାରା ମାଗଣାରେ ବୃତ୍ତିଭିତ୍ତିକ ଶିକ୍ଷା ପାଇବେ ଚାଷୀଙ୍କ ପିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ