ନିମାପଡ଼ା ଏନଏସି ମାଛ ମାର୍କେଟରେ ପୁତ୍ତ ଗନ୍ଧମୟ ପରିସ୍ଥିତି
ନିମାପଡ଼ା,(ସନ୍ତୋଷ ଦାଶ) ନିମାପଡା ଏନଏସିରେ ସୁଇପର ମାଳ ମାଳ। ମାଛ ମାର୍କେଟ ଅବସ୍ଥା ଅସମ୍ଭାଳ। ସ୍ୱଚ୍ଛ ଭାରତ ମିଶନ ବାଟବଣା ।ନିମାପଡା ଏନ ଏ ସି ଅନ୍ତର୍ଗତ ମାଛ ମାର୍କେଟକୁ ଦେଖିଲେ ଜଣାପଡିବ ଏହି ମିଶନ କେତେ ଦୂର କାର୍ଯ୍ୟକାରୀ ହେଉଛି। ଏନ ଏ ସି ଦ୍ୱାରା ଏକ ମାଛ ମାର୍କେଟ କରା ଯାଇଛି। ସମସ୍ତ ମାଛ ବ୍ୟବସାୟୀ ଏଠାରେ ମାଛ ବିକ୍ରୟ କରିଥାନ୍ତି। ବିଶେଷ କରି ରବିବାର ,ବୁଧବାର, ଶୁକ୍ରବାର ଏଠାରେ ମାଛ ଗ୍ରାହକଙ୍କ ଭିଡ଼ ଜମିଥାଏ। ତେବେ ମାଛ ମାର୍କେଟ ର ପରିବେଶ ଏତେ ପୁତ୍ତ ଗନ୍ଧମୟ ଯେ,ନାକରେ ରୁମାଲ ନ ବାନ୍ଧି ଠିଆ ହୋଇ ପାରିବେନି। ମାଛ କାତି, ଚିଙ୍ଗୁଡ଼ି ଚୋପା , ଅଳିଆ ଆବର୍ଜନା ମାର୍କେଟ ରେ ଗଦା ହେବା ଫଳରେ ଏହା ପଚି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ମାଛ କିଣି ଫେରିଲା ବେଳକୁ ନାକେଦମ ଗ୍ରାହକ। ଏହାର ଆଖପାଖରେ ବସବାସ କରୁଥିବା ବାସିନ୍ଦା ମାନେ ଏହି ପରିବେଶ ଯୋଗୁଁ ଅଣନିଶ୍ୱାସୀ। ଏନ ଏ ସି ପକ୍ଷରୁ ଯଦି ପ୍ରତେକ ଦିନ ସଫେଇ କରାଆଯାନ୍ତା ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ। ସୂଚନା ମୁତାବକ ଏନ ଏ ସି ରେ ୩୦ ଜଣ ସୁଇପର କାର୍ଯ୍ୟରତ। ଏତେ ସଫେଇ କର୍ମଚାରୀ ଥାଇ ବି ଛୋଟିଆ ମାଛ ମାର୍କେଟ ର ପରିବେଶ କୁ କାହିଁକି ପରିଷ୍କାର କରାଯାଉନାହିଁ ତାହାହିଁ
ପ୍ରଶ୍ନବାଚି ସୃଷ୍ଟି କରିଛି। ମାଛ ବ୍ୟବସାୟୀ ମାନେ କୁହନ୍ତି ଯେ,
ଏନ ଏ ସି ପକ୍ଷରୁ ମାଛ ମାର୍କେଟ ରେ ଏକ ବଡ଼ ଡ଼ଷ୍ଟପିନ ର ବ୍ୟବସ୍ଥା କରାଗଲେ ବ୍ୟବସାୟୀ ମାନେ ମାଛ କାତି, ଚିଙ୍ଗୁଡ଼ି ଚୋପା ଅଳିଆ ଆବର୍ଜ୍ଜନା କୁ ଏଥିରେ ପକାନ୍ତେ। ସଫେଇ କର୍ମଚାରୀ ମାନେ ଏହାକୁ ସଂଗ୍ରହ ସୁବିଧା ରେ ସଂଗ୍ରହ କରିପାରନ୍ତେ। ଆଉ କେହି ଏଣେ ତେଣେ ଅଳିଆ ଆବର୍ଜ୍ଜନା ପକାନ୍ତେ ନାହିଁ। ଏହା ଦ୍ବାରା ଏକ ସ୍ଥାୟୀ ବ୍ୟବସ୍ଥା ହୋଇପାରନ୍ତା । ଏନ ଏ ସି
କତ୍ତ୍ରୁପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।


