ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରୋଟାରି କ୍ଲବର ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଛତ୍ରପୁର ରୋଟାରି କ୍ଲବର ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରିବା ସହିତ ପରିବେଶ ସୁରକ୍ଷା ଉପରେ କହିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ, ରୋଟାରି କ୍ଲବର ସଭାପତି ଡ. ବିମଳ ପ୍ରସାଦ ସାହୁ, ସମ୍ପାଦକ ଦ୍ୱାରକା ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ରୋଟାରିଆନ ସୁରଜିତ ସାମନ୍ତରାୟ, ଇ. ନାଗେଶ୍ୱର ରାଓ, ସୁଜିତ ପଟ୍ଟନାୟକ, ପଦ୍ମ ଚରଣ ସାହୁ,ଶ୍ରୀକାନ୍ତ ମହାନ୍ତି ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀ ମାନଙ୍କ ଗହଣରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଛାତ୍ରୀ ମାନଙ୍କୁ ରୋଟାରୀ କ୍ଲବ ପକ୍ଷରୁ ମିଷ୍ଠାନ୍ନ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ