ସହରର ବସ୍ତି ବାସିନ୍ଦାକୁ ପଟା ପ୍ରଦାନ ଦାବିରେ ଧାରଣା

ଜୟପୁର , (ଯୁଗାବ୍ଦ ନ୍ୟୁଜ) : ଜୟପୁର ସହରରେ ଦୀର୍ଘ ୩୫ ବର୍ଷ ଧରି ବସବାସ କରୁଥିବା ବିଭର୍ଣ୍ଣ ବସ୍ତିର ଶହଶହ ପରିବାରକୁ ପଟା ମିଳିନଥିବାରୁ ଆନ୍ଦୋଳନ ତେଜିବାରେ ଲାଗିଛି । କେତେବେଳେ ଶହ ଶହ ମହିଳା ପୌରପାଳିକା ଘେରାଉ କରୁଥିବାବେଳେ ଆଉ କେତେବେଳେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି । ଅନ୍ୟପଟେ ବସ୍ତି ବାସିନ୍ଦା ଙ୍କ ଦାବି କୁ ସମର୍ଥନ ଜଣାଇ ଜୟପୁର ନଗର କଂଗ୍ରେସ କମିଟି ତରଫରୁ ଜୟପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ମଧ୍ୟ କରାଯାଇଛି। ଅନ୍ୟପଟେ ରବିବାର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ସମୁଖରୁ ଏକ ରାଲି ବାହାରି ରାଜନଗର ଓ ପରେ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାଖି ବାହିନୀପତି ଯୋଗ ଦେଇ ରାଜ୍ୟସରକର ଏବଂ ଜିଲା ପ୍ରଶାସନ ଡାଇ ବୋଲି କହିବା ସହ ବସ୍ତିବାସିନ୍ଦାଙ୍କୁ ଯଦି ଶୀଘ୍ର ପଟ୍ଟା ପ୍ରଦାନ ନକଲେ ଆଗାମି ଦିନରେ କଂଗ୍ରେସ ଆମରଣ ଅନଶନକୁ ଓଳାଇବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ୩ଘଣ୍ଟାର ଧାରଣା ପରେ ତହସିଲଦାରଙ୍କୁ ଏକ ଦାବି ପତ୍ର ଦିଆ ଯାଇଛି । ଦାବି ପତ୍ରରେ ୧୫ ଦିନ ମଧ୍ୟରେ ଯଦି ବସ୍ତି ବାସିନ୍ଦାଙ୍କୁ ପଟା ପ୍ରଦାନ କରାନଯାଏ ତାହାହେଲ ଆମରଣ ଅନଶନ କରାଯିବା ନେଇ ଚେତାବନୀ ଦିଆଯାଇଛି। ସେପଟେ ଏସମ୍ପର୍କରେ ଜୟପୁର ସହର ର ବସ୍ତି ରେ ରହୁଥିବା ୨୩୦୦ ହିତାଧିକାରୀ ପଟା ପାଇଁ ଆବେଦନ କରିଥିବା ବେଳେ ସେଥିରୁ ୧୩୦୦ ଜଣଙ୍କୁ ପଟା ପ୍ରଦାନ କରାଯାଇଛି।ଆଉ ବଳକା ଆବେଦନକାରୀ ଯେଉଁ ଜାଗା ରେ ବାସ କରୁଛନ୍ତି ସେମାନେ ଯଦ୍ୟ ସେହି ଜାଗାକୁ ପ୍ରଶାସନ ର ହାତଗତ କଲେ ସେମାନଙ୍କ ପାଇଁ ଥିବା ଜାଗା ଏବଂ ପଟା ପ୍ରଦାନ କରାଯିବ।ଏହାଛଡା ଯେଉଁ ମାନେ ଆବେଦନ କରିନାହାନ୍ତି ସେମାନେ ଆବେଦନ କଲେ ସେମାନଙ୍କୁ ପଟା ପ୍ରଦାନ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ଜୟପୁର ତହସିଲଦାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ