ବ୍ୟବସାୟୀଙ୍କ ପରଲୋକରେ ବଜାର ବନ୍ଦ
ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ବଜାର ର ପ୍ରତିଷ୍ଠିତ ବ୍ୟବସାୟୀ ନିଆଳି ବ୍ଲକ ଜାହାଙ୍ଗୀରପୁର ଗ୍ରାମର
କୈଳାଶ ଚନ୍ଦ୍ର ସାହୁ (୬୫)ଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେବ ଲିଭର ଜନିତ ରୋଗ ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଭାଇ ଜୟୀରାମ, ଭ୍ରମର, ପ୍ରମୋଦ, ପ୍ରକାଶ, ବିଜୟ ସାହୁ ଉପସ୍ଥିତ ଥିଲେ। ତାଙ୍କ ଗ୍ରାମ ଶ୍ମଶାନ ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ତାଙ୍କ ପୁଅ ସଞ୍ଜୟ କୁମାର ସାହୁ ମୁଖାଗ୍ନୀ ଦେଇଥିଲେ। ତାଙ୍କ ସମ୍ମାନାର୍ଥେ ତୁଳସୀପୁର ଲକ୍ଷ୍ମୀବଜାରକୁ ଗୋଟିଏ ଦିନ ପାଇଁ ବନ୍ଦ ରଖା ଯାଇଥିଲା।


