ରେମୁଣା ବିଜେପି ତରଫରୁ ମତଦାତା ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ରେମୁଣା ମନ୍ଦିର ଛକ ନିକଟସ୍ଥ ହନୁମାନ କଲ୍ୟାଣ ମଣ୍ଡପରେ ରେମୁଣା ବିଜେପି ତରଫରୁ ଏକ ବିଶାଳ ମତଦାତା ଅଭିନନ୍ଦନ ସମାବେଶ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ସହ ବାଲେଶ୍ଵର ଲୋକସଭା ତଥା ରେମୁଣା ବିଧାନସଭା କ୍ଷେତ୍ରରେ ବିପୁଳ ସଂଖ୍ୟାରେ ଭୋଟ ପାଇ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଏହା କେବଳ ଲୋକଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି। ଏହି ଅବସରରେ ସାଂସଦ ଏବଂ ବିଧାୟକ ଉଭୟ ମତଦାତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ରେମୁଣା ନିର୍ବାଚନ ମଣ୍ଡଳୀ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ,ଗୋପୀନାଥ ସେନାପତି,ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା,କୃଷକ ମୋର୍ଚ୍ଚା ରାଜ୍ୟ ମିଡ଼ିଆ ସଂଯୋଜକ ବିକାଶ ପାଢ଼ୀ, ପୂର୍ବତନ ସରପଞ୍ଚ ଉମାକାନ୍ତ ପଣ୍ଡା,ମଣ୍ଡଳ ସଭାପତି ବିଭୂତି ରଞ୍ଜନ ସେନାପତି,କୃଷ୍ଣ ଚନ୍ଦ୍ର ସାହା, ମଳୟ କୁମାର ବିଶ୍ବାଳ,ଗିରିଧାରୀ ଦାସ, କାହ୍ନୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପରେ ମଞ୍ଚରେ ଉପସ୍ଥିତ ଥିବା ସମସ୍ତେ ଜଣ ଜଣ କରି ମତଦାତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବୁଥ ସଭାପତି, ଲଢ଼ିଥିବା ସମସ୍ତ ସରପଞ୍ଚ ସମିତି ସଭ୍ୟ,ୱାର୍ଡ ମେମ୍ବର,ୱାର୍ଡ କାଉନସିଲର,ପଞ୍ଚାୟତ ପ୍ରମୁଖ ,ସହ ପ୍ରମୁଖ,ପ୍ରଭାରୀଙ୍କ ସହ ସାଧାରଣ ଲୋକ ଯୋଗ ଦେଇଥିଲେ। ସାଂସଦ ଏବଂ ବିଧାୟକ ନିଜ ଅଭିଭାଷଣରେ ଉପସ୍ଥିତ ଲୋକଙ୍କୁ ଧନ୍ୟବାଦ୍ ଜଣାଇବା ସହ ଆଜି ଆପଣମାନଙ୍କ ପାଇଁ ଓଡ଼ିଶା ତଥା କେନ୍ଦ୍ରରେ ବିଜେପି ସରକାର କରିବାରେ ସକ୍ଷମ ହୋଇପାରିଛି। ଓଡ଼ିଶାର ଲୋକଙ୍କ ଦୃଢ଼ ବିଶ୍ବାସ ଏବଂ ମନବଳ ଆଜି ଏକ ମୁକ,ବଧିର,ଦୁର୍ନୀତି ଗ୍ରସ୍ଥ ସରକାରକୁ ଗାଦିଚ୍ୟୁତ କରିଛି। ବିଜେପି ସରକାର ହେଉଛି ଲୋକଙ୍କ ସରକାର ଏଠି ଅଫିସର ନୁହଁ ଲୋକଙ୍କ କଥାରେ ସରକାର ଚାଲିବ। ଏହା ପରେ ଉପସ୍ଥିତ ଲୋକଙ୍କୁ ପୁଷ୍ପ ବର୍ଷା କରି ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ ରେମୁଣା ନଗର ସଭାପତି କାହ୍ନୁ ଚରଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ