ଯୋଗ ମହୋତ୍ସବ ସମିତିର ନୂତନ କର୍ମକର୍ତ୍ତା ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା):ଯୋଗ ମହୋତ୍ସବ ସମିତି ବାଲେଶ୍ୱରର ବୈଠକ ତା ୨୧-୦୭-୨୪ ରିଖ ରବିବାର ପଢ଼ୁଆଁପଦା ସ୍ଥିତ ଗୋଲାପ ସାହୁଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଗତ ଯୋଗଦିବସ ବିଷୟରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ଆସନ୍ତା ଦିନରେ ସମିତିର ଭୂମିକାକୁ ନେଇ ବିଷଦ ଆଲୋଚନା କରାଯାଇଥିଲା । ବିଭିନ୍ନ ସ୍ଥାନରେ ଦୁଇଟି ପର୍ଯ୍ୟାୟରେ ବୃକ୍ଷରୋପଣ କରାଯାଇଥିଲେ ମଧ୍ୟ ବୃକ୍ଷଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଆଲୋଚନାରେ ଭାଗନେଇ ସମିତିର ସଭାପତି ସୁଜିତ୍ କୁମାର ଜେନା ତାଙ୍କର ପାରିବାରିକ ସମସ୍ୟା ପାଇଁ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଆଲୋଚନା ହୋଇ ଏହା ଗୃହୀତ ହେବାପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଗ୍ରଣୀ କର୍ମୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ ଅଫିସର ଶ୍ରୀ ଗୋପାଳ ଚନ୍ଦ୍ର ନାୟକଙ୍କୁ ସଭାପତି ଦାୟିତ୍ୱ ପାଇଁ ମନୋନୀତ କରାଯାଇଥିଲା । ଏହାକୁ ଉପସ୍ଥିତ ସଭ୍ୟମାନେ ସ୍ୱାଗତ କରିଥିଲେ । ଶ୍ରୀମତୀ ଦମୟନ୍ତୀ ମହାପାତ୍ର ମହିଳା ପ୍ରଭାରୀ ଭାବେ ମନୋନୀତ ହୋଇଥିଲେ । ଶେଷରେ ଶ୍ରୀ ରଞ୍ଜନ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ