ପୁନର୍ବାସ ଦ୍ୱାରା ପୁସ୍ତକ ପାଠକାର୍ପଣ, ୱେବ ସାଇଟ୍ ଉନ୍ମୋଚନ ଓ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୁନର୍ବାସ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ‘ଦି ଡେଷ୍ଟିନେସନ’୍ ପରିସରରେ ବିଶିଷ୍ଟ କଥାକାର ଡ. ବିରଜା ରାଉତରାୟଙ୍କ ପରିବର୍ଦ୍ଧିତ ପୁସ୍ତକ, ଭିନ୍ନକ୍ଷମ ପୂର୍ଣ୍ଣ ଥଇଥାନ ଅଧିନିୟମ-୨୦୧୬ (ସଂକ୍ଷିପ୍ତ ସାର)କୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠକାର୍ପଣ କରିଥିଲେ । ଏହାକୁ ବରଷ୍ଠ ସାମ୍ବାଦିକ ମାତୃଦତ୍ତ ମହାନ୍ତି ସଂଯୋଜନା କରିଥିଲେ । ପୁନର୍ବାସର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧି କାରିଣୀ ରୂପାଲି ପ୍ରିୟଦର୍ଶିନୀ ନାୟକ, ପ୍ରାକ୍ତନ୍ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମ୍ମିଳିତ ଭାବେ ଆଗେଇ ଆସିବାକୁ ଅନୁରୋଧ କରିବା ସହ ଏ କ୍ଷେତ୍ରରେ ପୁନର୍ବାସ ଯଥେଷ୍ଟ ଆଗକୁ ଯାଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁନର୍ବାସ ପକ୍ଷରୁ. ରଚିତା ଜେନା, ଗୁଞ୍ଜନ ସ୍ମିତା ବେହେରା ଅତିଥି ମାନଙ୍କୁ ସବୁଜ ଭେଟି ପ୍ରଦାନ କରିଥିଲେ । ପରେ ପରେ ଅତିଥିମାନେ \”ପୁନର୍ବାସ ସମାଚାର’ ସ୍ୱତନ୍ତ୍ର କଳେବଳରେ ରଙ୍ଗାୟିତ ସମ୍ବାଦପତ୍ରର ପାଠକାର୍ପଣ କରିଥିଲେ । ପରେ ପରେ ଚଳତ୍‌ଶକ୍ତି ବାଧିତ ପାରା ଜାତୀୟ ସନ୍ତରଣକାରୀ ମୋନାଲି ସ୍ୱାଇଁ ଓ ମେଧାବୀ ଛାତ୍ର ଦିପକ କୁମାର ଜେନାଙ୍କୁ ପୁନର୍ବାସ ପକ୍ଷରୁ ଉପଢୌକନ, ଟ୍ରଫି, ଫୁଲ ଗଛ ଓ ପୁନର୍ବାସ ସମାଚାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହାକୁ ଲବ୍ଧ ପ୍ରତିଷ୍ଠିତ କବି ନବଜ୍ୟୋତି ରାୟ ସଂଯୋଜନା କରିଥିଲେ । ମୂଖ୍ୟ ଅତିଥି ପୁନର୍ବାସ ୱେବ୍ ସାଇଟ୍‌ର ଶୁଭାରମ୍ଭ କରିଥିଲେ । ମହମ୍ମଦ ଜାହିଦ ଖାଁ, ଜ୍ୟୋତି ରଞ୍ଜନ ନାୟକ, ନାରାୟଣ ପତି, ପୁନର୍ବାସ ସଂଯୋଜକ ସଂଜୀବ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ରଞ୍ଜନ ବାରିକ୍‌, ଶେଷଦେବ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ, ସବୁ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ପୁନର୍ବାସର କର୍ମଚାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସର୍ବଶେଷରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ